Before Header

ଜାଣନ୍ତୁ କାହିଁକି ଢାବା ମ୍ୟାନେଜରଙ୍କୁ କରିଥିଲେ ଅପହରଣ : ଅଭିଯୁକ୍ତଙ୍କୁ ଧରିଲାପରେ ପଲିସ କହିଲା ଏମିତି

0 143

(ବଡ଼ ଖବର ବ୍ୟୁରୋ) : ମାଡ, ନିର୍ଦ୍ଧୁମ୍ ମାଡ, ଗାଈଗୋରୁ ପରି ମାଡ । ଯିଏ ଯେଉଁଆଡୁ ପାରିଲା କୁଟି ଦେଇଗଲା । ଠିଆରେ ଠିଆରେ ପିଟିଲେ । ଗୋଡେଇ ଗେଡେଇ ପିଟିଲେ । ମାନିଲାନି ମନ । ଶେଷରେ ଇଣ୍ଡିକା ଗାଡିରେ ପିଟିପିଟି ନେଇଗଲେ । ଗୋଟିଏ ଘରେ ଭର୍ତ୍ତିକରି ପିଟିଲେ । ଦେଖିଲେନି ଆଖି, କାନ, ନାକ । ଯିଏ ଯେମିତି ଯେଉଁଠି ପାରିଲା କୁଟିଚାଲିଲା । ପିଟିପିଟି ମନ ଶାନ୍ତ ହେବାରୁ ବସ୍ଷ୍ଟଣ୍ଡରେ ଛାଡିଦେଲେ । ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଂଚଳରେ ।

ପୂରା ଘଟଣାଟି ଥିଲା ଏହିପରି । ସମୟ ରାତି ପ୍ରାୟ ୧୦ଟା । ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ କଡରେ ଥିବା ବିଷ୍ଣୁ ଢାବାକୁ କିଛି ଯୁବକ ଖାଇବାକୁ ଆସିଥିଲେ । କୌଣସି କାରଣକୁ ନେଇ ଯୁବକ ଏବଂ ଢାବା ମ୍ୟାନେଜରଙ୍କ ସହ କଥାକଟାକଟି ହେବାରୁ ମ୍ୟାନେଜରଙ୍କୁ ମାଡ ମାରିଲେ । କେହିକିଛି ବୁଝିବା ଆଗରୁ ମ୍ୟାନେଜରଙ୍କୁ ଗୋଡାଇ ଗୋଡାଇ ମାଡ ମାରିଲେ । ପରେ ତାଙ୍କୁ ବଳପୂର୍ବକ ଅପହରଣ କରି ନେଇଗଲେ । ଢାବା ମାଲିକଙ୍କ ସାମ୍ନାରେ ଏପରି ଘଟିବାରୁ ମାଲିକ ବେତନଟୀ ଥାନାକୁ ଫୋନ ଯୋଗେ ଜଣାଇଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବୁ କଥା ବୁଝିଲା । ଅପହଣକାରୀଙ୍କୁ ଧରିବା ପାଇଁ ପିଛା କଲା । ହେଲେ ଅପହରଣକାରୀଙ୍କ ଟେର୍ ପାଇଲାନି ପୋଲିସ । ବେତନଟୀ ଥାନା ଏଏସ୍ଆଇ ଗୁରୁତରଙ୍କୁ ବାରିପଦା ବସ୍ଷ୍ଟାଣ୍ଡରୁ ଉଦ୍ଧାର କରି ବେତନଟୀ ଆଣିଲା । ଗୁରୁତର ତପନକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ଘରକୁ ପଠାଇଥିଲେ । କେଉଁ କାରଣରୁ ମ୍ୟାନେଜରଙ୍କୁ ଅପହରଣ ହେଲା ତାହା ତପନ କହି ପାରୁ ନାହାନ୍ତି । ବେତନୋଟୀ ପୋଲିସ ଅପହରଣକାରୀଙ୍କ ଟେର୍ ପାଇନାହିଁ । ଏ ଅପହରଣକାରୀ କିଏ ? କଣ ପାଇଁ ଏପରି କାଣ୍ଡ ଘଟାଇଲେ? ତାହା ପୋଲିସ ତଦନ୍ତରୁ ଜଣାପଡ଼ିବ । ଅପହରଣକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।

ଦୀର୍ଘ୨୪ଘଣ୍ଟା ମଧ୍ୟରେ ବେତନଟୀ ଏବଂ ବାରିପଦା ଟାଉନ ଥାନା ସ୍ୱତନ୍ତ୍ର ପୋଲିସ ସହଯୋଗରେ ଘଟଣାର ହୋଇଥିଲା ପର୍ଦ୍ଦାଫାସ । ବେତନଟୀ ଥାନା ଢ଼ାବା ମ୍ୟାନେଜର ତପନ କୁମାର ସାହୁଙ୍କୁ ଅପହରଣ ଘଟଣାରେ ଅଭିଯୁକ୍ତ ଅଜୟ କୁମାର ପାତ୍ର, ରହିତ ବେହେରାଙ୍କୁ ବାରିପଦା ପୁଲିସ ସଙ୍ଖାଭଙ୍ଗା ନିକଟରୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସୁମନ ସିଂ ଓ ସମ୍ପୃକ୍ତ ୫ ସାଥୀ ଫେରାର ଅଛନ୍ତି । ଦୁଇ ଅଭିଯୁକ୍ତଙ୍କ ସହ ଗୋଟିଏ କାର, ଦୁଇଟି ମୋବାଇଲ ସହ, ୨୧ ହଜାର ୭୦ ଟଙ୍କା ଜବତ କରାଯାଇଛି।
ଏହି ଘଟଣାରେ ଜଣେ ଝିଅଙ୍କୁ ଦୁଇ ଜଣ ଯୁବକ ଭଲ ପାଇବା ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା। ପରବର୍ତ୍ତୀ ସମୟରେ ତୀବ୍ର ରୂପ ନେଇ ଏଭଳି ସାଙ୍ଘାତିକ ଅପରାଧ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି ବେତନଟୀ ଥାନା ଅଧିକାରୀ ତିଳୋତ୍ତମା ରାଉତ। ଅନ୍ୟ ଫେରାର ସହଯୋଗୀମାନଙ୍କୁ ଯଥାଶୀଘ୍ର ଗିରଫ କରିବା ନେଇ ତନାଘନା ଜାରି ରଖିଛି ପୋଲିସ ।

 

Leave A Reply

Your email address will not be published.