Masthead

ଓଡ଼ିଶାରେ ଚାଲିଛି ଆନ୍ଧ୍ର ନିର୍ବାଚନ

କୋରାପୁଟ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ଆନ୍ଧ୍ର ନିର୍ବାଚନ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଫାଟୁସିନେରି ଚର୍ଚ୍ଚ ଗୃହରେ ଚାଲିଛି ଭୋଟ୍ । ଜଣେ ସରପଞ୍ଚ ଓ ୮ ୱାର୍ଡମେମ୍ବର ପାଇଁ ଚାଲିଛି ମତଦାନ । ଅପରାହ୍ନ ଗୋଟାଏ ଯାଏଁ ଚାଲିବ ଭୋଟଗ୍ରହଣ । ୮ ବୁଥରେ ୧୦୦୦ରୁ ଅଧିକ ଭୋଟର କରିବେ ମତଦାନ । ଏପରି ସ୍ଥିତିରେ ବିଜୟାନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ତୁ ଆଜି ଓଡ଼ିଶାର କୋରାପୁଟ ଜିଲ୍ଲାର ଫାଟୁସିନେରି ପଞ୍ଚାୟତରେ ମତଦାନ କରାଯାଉଛି।

କେବଳ କୋରାପୁଟ ଜିଲ୍ଲା ନୁହେଁ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର କେତେକ ପଞ୍ଚାୟତରେ ମଧ୍ୟ ଆଜି ଚାଲିଛି ଆନ୍ଧ୍ର ନିର୍ବାଚନ। କୋରାପୁଟ ଜିଲ୍ଲାରେ ଥିବା ଫାଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ର ପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି ଯେଉଁଥିରେ ରହିଛି ଓଡ଼ିଶାର ୫ଟି ଗାଁ ଓ ଆନ୍ଧ୍ରର ୨ଟି । ଓଡ଼ିଶାର ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ଫାଟୁସିନେରି ଓ କୋନାଦରା ଗାଁ ରହିଥିବାବେଳେ ଆନ୍ଧ୍ରର ଚିକାପାରୁ ଓ ବାଲେଙ୍ଗା ବେଲେସା ଗାଁ ରହିଛି ।

ସେହିପରି ତଳଗଞ୍ଜଇ ପଦରର ନାଁ ବଦଳେଇ ଗଂଜେଇ ବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର। କୋରାପୁଟ ଜିଲ୍ଲାର ଫାଟୁସିନେରି ପଞ୍ଚାୟତକୁ ବିଜୟାନଗରମ ଜିଲ୍ଲା ପ୍ରଶାସନର ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି ଆନ୍ଧ୍ର। ଏହି ଗାଁରେ ୧୦୨୫ ଜଣ ଭୋଟର ଭୋଟ ଦେବା ଲାଗି ବିଜୟାନଗରମ ଜିଲ୍ଲା ପ୍ରଶାସନ ବୁଥ ବ୍ୟବସ୍ଥା କରିଛି । ଆଜି ସକାଳ ସାଢ଼େ ୬ଟାରୁ ଏହି ସବୁ ଗାଁରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ଗୋଟାଏ ଯାଏଁ ଚାଲିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’