Masthead

ନିଶା ପାଇଁ ବଢୁଛି ଚୋରି , ଚୁପ୍ ବସିଛି ପୋଲିସ !

ବଡ଼ ଖବର ବ୍ୟୁରୋ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ମଧୁପୁର, ଜଇନାବାଜ, କୁଣ୍ଡେଶ୍ୱର ଓ ଶଠଳପୁର ଗ୍ରାମରେ ଦିନକୁ ଦିନ ବ୍ୟାପକ ମାତ୍ରାରେ ଚୋରା ମଦ ବ୍ଯବସାୟ, ଗଞ୍ଜେଇ ଓ ବ୍ରାଉନ ସୁଗାରର ବ୍ୟାପାର ଜୋର୍ ସୋର୍ ରେ ଚାଲୁଅଛି। ଯେଉଁ ନିଶା କବଳରେ ମୁଖ୍ୟତଃ ଯୁବପିଢି ମାନଙ୍କର ବହୁଳ ମାତ୍ରାରେ ସମ୍ପୃକ୍ତି ଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଉକ୍ତ ପଞ୍ଚାୟତଟିରେ ଥିବା ଏହି ଚାରିଗୋଟି ଗାଁରେ ଦିନକୁ ଦିନ ବ୍ୟାପକ ମାତ୍ରାରେ ଚୋରି ବଢ଼ି ଚାଲିଛି। ଚୋରିର ମୁଖ୍ୟ କାରଣ ହେଉଛି କେବଳ ନିଶା ସେବନ। ଆଗରୁ ମଧ୍ଯ ଏହି ଗ୍ରାମ ମାନଙ୍କରରେ ବ୍ୟାପକ ଭାବେ ପାଣି ମଟର ଚୋରି କରାଯାଉଥିଲା ଯାହାକି ସ୍ଥାନୀୟ ଗ୍ରାମବାସୀ ପାଇଁ ଚିନ୍ତାର କାରଣ ପାଲଟିଥିଲା ଗ୍ରାମବାସୀ ମାନେ ଚୋରକୁ ଧରି ଥାନାରେ ଦେଇଥିଲେ କିନ୍ତୁ ଦୁଃଖର ବିଷୟ ଥାନା ପକ୍ଷରୁ ଅଧିକ ତଦନ୍ତ କରାନଯାଇ କେସକୁ ଚାପି ଦିଆଯାଇଥିବା ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି ଏବଂ ଏହି ଅଞ୍ଚଳ ମାନଙ୍କରେ ହେଉଥିବା ଚୋରା ନିଶା କାରବାର ପଛରେ ନାଉଗାଁ ଥାନାର ଜୈନିକ ଅଧିକାରୀଙ୍କ ଇଙ୍ଗିତରେ ଏହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହାୟତାରେ ନିଶା କାରବାରକୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ସହିତ ଉକ୍ତ ବ୍ୟକ୍ତିଙ୍କ ଜରିଆରେ ମାସିକିଆ ଅର୍ଥବି ବାବୁଙ୍କ ପକେଟକୁ ଆସୁଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
ଯାହାର ପରିଣାମ ସରଳ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି।ତାହାର ଏକ ନମୂନା ଗତକାଲି ବିଳମ୍ବିତ ରାତିରେ କୁଣ୍ଡେସ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କାଏଲାଇଟ ଭାଙ୍ଗି ସ୍କୁଲ ଘର ଭିତରେ ପଶି ପିଲାଙ୍କ ପାଇଁ ଥିବା ମଧ୍ୟାହ୍ନ ଭୋଜନ ଚାଉଳ, କାନ୍ଥଘଣ୍ଟା, ସିଲିଂ ଫ୍ଯାନ୍, ପିଲାଙ୍କ ବସିବା ପାଇଁ ଦରି, ପ୍ରେସରକୁକର ସହିତ ପିଲାଙ୍କର କିଛ଼ି ପଢ଼ାବହି ଚୋରିକରି ନେଇଥିବା ପ୍ରଧାନଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ପ୍ରତି ଓ ଉକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା