Masthead

ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇୱାନ, ୯ ମିନିଟ୍‌ରେ ୫ ଥର ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟ୍‌ରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତିବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଏହାର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି।

ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି । ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ରାସ୍ତା ଆଡ଼କୁ ଢଳି କି ରହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ସେନା ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।ତାଇୱାନର ଭୂକମ୍ପ ଝଟକା ଜାପାନ, ଚୀପ ଓ ଫିଲିପାଇନ୍ସରେ ବି ଅନୁଭୂତ ହୋଇଛି। ଏଥିଯୋଗୁ ସୁନାମୀର ଆଶଙ୍କା ଥିବା ନେଇ ଜାପାନ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ