ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇୱାନ, ୯ ମିନିଟ୍‌ରେ ୫ ଥର ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟ୍‌ରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତିବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଏହାର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି।

ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି । ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ରାସ୍ତା ଆଡ଼କୁ ଢଳି କି ରହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ସେନା ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।ତାଇୱାନର ଭୂକମ୍ପ ଝଟକା ଜାପାନ, ଚୀପ ଓ ଫିଲିପାଇନ୍ସରେ ବି ଅନୁଭୂତ ହୋଇଛି। ଏଥିଯୋଗୁ ସୁନାମୀର ଆଶଙ୍କା ଥିବା ନେଇ ଜାପାନ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ