Masthead

କାଲି ମୁନ୍ନା ଆଜି ରାଜା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡିରେ ପୁଣି ବିଦ୍ରୋହ! ମୁନ୍ନା ଖାଁଙ୍କ ପରେ ରାଜା ସ୍ୱାଇଁ! ଓବିସି ସଂରକ୍ଷଣକୁ ନେଇ ବିଜେଡିରେ ଫାଟ! ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି ବେଳେ ସାମ୍ନାକୁ ଆସିଲା ଭିନ୍ନ ଚିତ୍ର । ୧୧.୨୫% ଓବିସି ସଂରକ୍ଷଣ ଉପରେ ରାଜ୍ୟ କ୍ୟାବିନେଟ ମାରିଛି ମୋହର । ଯାହାକୁ ବିରୋଧ କରି ବିଜେଡି କରିଥିଲା ପ୍ରେମସିଟ । ଉପସ୍ଥିତ ଥିଲେ ବିଜେଡି ଓବିସି ସେଲ ଅଧ୍ୟକ୍ଷ ଅରୁଣ ସାହୁ । ସାଥ୍ ଦେଇଥିଲେ ପ୍ରଦୀପ ମାଝୀ, ସଞ୍ଜୟ ଦାସବର୍ମା ଓ ପ୍ରତାପ ଜେନା । ମୋହନ ସରକାରଙ୍କ ବିରୋଧରେ ଗର୍ଜିଲେ । ୨୭ ପ୍ରତିଶତ ଦାବି ରଖିବା ସହ ୨୧ରେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସ୍ପଷ୍ଟ କଲେ । ଏହା ଥିଲା ୨୪ ବର୍ଷ କ୍ଷମତାରେ ଥିବା ବିଜେଡି ଦଳର ଷ୍ଟାଣ୍ଡ ।

ହେଲେ ପାର୍ଟି ପ୍ରେସମିଟ କରିବା ପୂର୍ବରୁ ସମାନ କଥା କହିସାରିଥିଲେ ବରିଷ୍ଠ ବିଧାୟକ ରାଜା ସ୍ୱାଇଁ । ନିଜ ବାସଭବନରେ କରିଥିଲେ ପ୍ରେସମିଟ । ଓବିସିକୁ ନେଇ ରାଜା କାହିଁକି ଗଣମାଧ୍ୟମକୁ କହିଲେ? ଯଦି ପାର୍ଟି ତରଫରୁ କହିବାର ଥିଲା ତାହେଲେ ରାଜାଙ୍କ ପ୍ରେସମିଟର ମୂଲ୍ୟ କ’ଣ? ଗୋଟିଏ ପ୍ରସଙ୍ଗରେ ଦୁଇଟି ପ୍ରେସମିଟ କାହିଁକି? ଏଇଠି ଧରିନେବା କି ବିଜେଡିରେ କିଛି ଠିକଠାକ୍ ଚାଲିନାହିଁ? ଯଦି ବିଜେଡି ପକ୍ଷରୁ ଓବିସି ସେଲ ଅଧ୍ୟକ୍ଷ ଅରୁଣ ସାହୁ ଗଣାମାଧ୍ୟମକୁ ଆସି କହିବାର ତôଲା ତାହେଲେ ବିଧାୟକ ରାଜା ସ୍ୱାଇଁ ଆସିଲେ କାହିଁକି?

ଏଭଳି ଦେଲେ ବିଜେଡିର ନେତା ଓ କର୍ମୀ ଦ୍ୱନ୍ଦ୍ୱକୁ ଆସିବେ । ଦଳ କ୍ଷତିରେ ରହିବ । ଏକଥା କୁହାଯାଇପାରେ କି ଗୁରୁବାର ମୁନ୍ନା ଖାଁ ନବୀନ ନିବସ ଆସି ଦଳ ଛାଡ଼ିଥିବା କୁହାଯାଉଥିବା ବେଳେ ରାଜା ଏଭଳି ପାର୍ଟି ବାହାରେ ଯାଇ ଦଳ ଛାଡ଼ିଦେବେ ନାହିଁ ତ? ନା ଦଳ ଭିତରେ ଯାହା କିଛି ଚାଲିଛି ତାଠାରୁ ଉଦ୍ଧ୍ୱର୍ରେ ଆଠଗଡ଼ର ବିଜେଡି ବିଧାୟକ ରାଜା ସ୍ୱାଇଁ? କୁହାଯାଏ ପୂର୍ବରୁ ଆଉ ଏବେ ଯାହା କିଛି ଚାଲିଛି ବିଜେଡିରେ ଚାଲିଛି ତାହା ପାଣ୍ଡିଆନଙ୍କ ଇଶାରାରେ ଚାଲିଛି । ତା ହେଲେ ଏକଥା ବୁଝିଯିବା କି ପାଣ୍ଡିଆନଙ୍କ କଥାକୁ ରାଜା ଶୁଣୁନାହାନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର