Masthead

ପୋଡି ପାଉଁଶ ହୋଇଗଲା ୪୦୦ କ୍ୱିଣ୍ଟାଲ ଧାନ

ରାଇଘର (ବଡ଼ ଖବର ବ୍ୟୁରୋ): ନିଆଁଲାଗି ଜଳିଗଲା ୪୦୦ କ୍ୱିଣ୍ଟାଲ ଧାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝରୀଗାଁ ବ୍ଲକ ଧମନାଗୁଡ଼ା ପଞ୍ଚାୟତ ଟିପାଗୁଡା ଠାରେ । ଆନୁମାନିକ ୪୦୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ଧାନ ଖଳାରେ ନିଆଁ ଲାଗିଯାଇଥିଲା । ଧାନ ଜଗୁଥିବା ଦୁଇ ବ୍ୟକ୍ତି ଏହା ଦେଖି ଧାନ ମାଲିକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ନିଆଁ ଳିଭାଇବାକୁ ଚେଷ୍ଟା କରିବା ସହିତ ଦମକଳ ବିଭାଗକୁ ଫୋନ କରିଥିଲେ । ଘଟଣା ସ୍ଥଳରେ ଡାବୁଗାଁ ଦମକଳ ବାହାନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ବର୍ଷକର ପରିଶ୍ରମର ଫଳ ନିଆଁରେ ପୋଡି ନଷ୍ଟ ହୋଇଯାଇଥିବାରୁ, କ୍ଷତିଗ୍ରସ୍ତ ଚାଷୀ ଏବେ କିଭଳି ଋଣ ପରିଶୋଧ କରିବେ ତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ତେଣୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ