Masthead

ଫିଲ୍ମ‘ବାର୍ବୀ’ର ଗୋଲାପୀ ଥିମ୍ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)ରିଲିଜ୍ ପୂର୍ବରୁ ଦେଖିବାକୁ ମିଳିଛି ଫିଲ୍ମ ‘ବାର୍ବୀ’ର କ୍ରେଜ୍ । ଫିଲ୍ମଟି ଲସ୍ ଆଞ୍ଜେଲସ୍ରେ ପ୍ରିମିୟର ହୋଇସାରିଛି ଏବଂ ୨୧ ଜୁଲାଇରେ ଭାରତରେ ମୁକ୍ତିଲାଭ କରୁଛି। ମାରଗଟ୍ ରୋବି ଏବଂ ରିଆନ୍ ଗୋସଲିଙ୍ଗଙ୍କ ଅଭିନୀତ ଏହି ଚିତ୍ତାକର୍ଷକ ଏବଂ ଅନନ୍ୟ ଚଳଚ୍ଚିତ୍ର ପାଇଁ, ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ବର୍ତ୍ତମାନ, ଫିଲ୍ମର ଗୋଲାପୀ ଥିମ୍ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି । ବ୍ରାଜିଲର ବରଗର୍ କିଙ୍ଗ୍ ତାର ସମ୍ପୂର୍ଣ୍ଣ ଲୋଗୋ ଗୋଲାପୀ ରଙ୍ଗରେ ପରିଣତ କରିଛି ଏବଂ ସେମାନଙ୍କ ମେନୁରେ କିଛି ନୂତନ ଆଇଟମ୍ ମଧ୍ୟ ଲଞ୍ଚ କରିଛନ୍ତି । ବରଗର୍ କିଙ୍ଗ୍ ଫିଲ୍ମ ରିଲିଜକୁ ସମ୍ମାନ ଜଣାଇ ସମ୍ପୂର୍ଣ୍ଣ ଗୋଲାପୀ ଥିମରେ ସାଜସଜ୍ଜା କରିଛନ୍ତି ବୋଲି କୁହାଯାଉଛି ।

ସୋସିଆଲ ମିଡିଆ ପୋଷ୍ଟରେ ଅଭିନେତ୍ରୀ ଭୁମି ପେଡନେକର ଏବଂ ପାକିସ୍ତାନୀ ଅଭିନେତ୍ରୀ ହନିୟା ଆମୀରଙ୍କୁ ବାର୍ବୀ ଲୁକରେ ଦେଖିବାକୁ ମିଳିଥିଲା। ଜୁଲାଇ ୧୬ ରେ ଭୁମି ପେଡନେକର ତାଙ୍କ ଫଟୋ ସେୟାର କରିଥିଲେ । ବାର୍ବୀ ଲୁକରେ ସେମାନେ ସୁନ୍ଦର ଦେଖାଯାଉଛନ୍ତି ବୋଲି କହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ