Masthead

ବନ ବିଭାଗ ଅଧିକାରୀଙ୍କ ଦାଦାଗିରି

ଢେଙ୍କାନାଳ: ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ଅଫିସରଙ୍କ ଦାଦାଗିରି। ଲାଞ୍ଚ ନେଲେ,ଜିନିଷ ବି ଜବତ କଲେ।ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ବଣସିଂହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁଇଁପୁର ଛକରେ ଥିବା ବାବା ଆଖଣ୍ଡଳମଣି ଫର୍ଣିଚର ର ମାଲିକ୍ ରମଣୀ ରଂଜନ ମହାରଣାଙ୍କ ସହିତ।
ଅଭିଯୋଗ ଅନୁଯାୟୀ ସେପ୍ଟେମ୍ବର ୯ ତାରିଖ ଦିନ ଷଡ଼ଙ୍ଗୀ ଡେପୁଟି ରେଞ୍ଜ ଅଫିସର ଗୌତମ ପ୍ରଧାନ ଅନ୍ୟ ବନ କର୍ମଚାରୀଙ୍କ ସହିତ ରମଣିଙ୍କ ଦୋକାନରେ ପହଞ୍ଚି ଆବଶ୍ୟକ କାଗଜପତ୍ର ଦେଖାଇବାକୁ କହିଥିଲେ।ଦେଖାଇଲା ପରେ ବି ଗୋଟିଏ ଗାଡ଼ି ଡାକି ୩୦ ସିଫ୍ଟ କାଠ,ବହୁ ଅର୍ଦ୍ଧ ନିର୍ମିତ କାଠ ଜିନିଷ ନେବା ସହିତ ପଚାଶ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ କେସ ଦେବାର ଧମକ ଦେଇଥିଲେ।ରମଣୀ ରଂଜନ ମହାରଣା ପଚିଶ ହଜାର ଟଙ୍କା ଯୋଗାଡ କରି ଦେଇଥିଲେ,ଯାହାକି ସେଠାରେ ଲାଗିଥିବା ସିସିଟିଭି ରେ କଏଦ ମଧ୍ୟ ହୋଇଥିଲା।ଟଙ୍କା ଦେବା ପରେ ମଧ୍ୟ ଜବତ ଜିନିଷ ର କୌଣସି ହିସାବ ନଦେଇ ରମଣୀ ରଂଜନ ଚାଲାଣ ମାଗିବାରୁ ପରଦିନ ଅଫିସ୍ ଆସିବା ପାଇଁ ରେଞ୍ଜର କହିଥିଲେ।ପରଦିନ ଯାଇଥିଲେ ମଧ୍ୟ କୌଣସି କାଗଜପତ୍ର ନଦେଇ ଚୁପ୍ ରହିବା ପାଇଁ ଅଫିସରେ କହିଥିଲେ।ତେଣୁ ବାଧ୍ୟ ହୋଇ ଆଜି ରମଣୀ ରଂଜନ ମହାରଣା ତରଭା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହିତ ତାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ