Masthead

ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ବିରୋଧରେ କଥା କହିବା ପାଇଁ ସାୱନ୍ତଙ୍କ ପାଖେ ଔକାତ ନାହିଁ: ନାରାୟଣ ରାଣେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ମଙ୍ଗଳବାର ହୋଇଥିଲା ଆଲୋଚନା । ବିଭିନ୍ନ ଦଳର ସାଂସଦ ଭାଷଣ ରଖିଥିଲେ । ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ହୋଇଥିଲା ହଙ୍ଗମା । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଲୋକସଭାରେ ଭାଷଣ ଦେବାବେଳେ ରାଗି ଯାଇଥିଲେ ଏବଂ ସାଂସଦ ଅରବିନ୍ଦ ସାୱନ୍ତଙ୍କୁ ଚୁପ ହୋଇ ବସ ବୋଲି କହିଥିଲେ । ଅନସ୍ଥା ପ୍ରସ୍ତାବ ଉପରେ ଆଲେଚନା ହେବା ବେଳ ନାରାୟଣ ରାଣେ ଅରବିନ୍ଦ ସାୱନ୍ତଙ୍କୁ କହିଥିଲେ, ଆରେ,ତୁମେ ବସ ।

ଯେତେବେଳେ ଲୋକସଭା ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରିଥିଲେ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଥା କହିବା ପାଇଁ ସାୱନ୍ତଙ୍କ ପାଖରେ ଔକାତ ନାହିଁ । ଯଦି କିଛି ତାଙ୍କ ବିଷୟର କହିବ ମୁଁ ତୁମକୁ ତୁମର ଔକାତ ଦେଖାଇଦେବି । ଲୋକସଭାରୁ ଏହି ଭିଡିଓ ଭାଇରାଲ୍‌ ହେବାପରେ ମନ୍ତ୍ରୀଙ୍କ ଉକ୍ତ ଟିପ୍ପଣୀକୁ କଡ଼ା ସମାଲୋଚନା କରାଯାଇଛି। ଆପ୍‌ କହିଛି, ପ୍ରଧାନମନ୍ତ୍ରୀଙ୍କର ଜଣେ ମନ୍ତ୍ରୀ ସଂସଦରେ ରାସ୍ତାର ଗୁଣ୍ଡା ଭଳି ଭାଷା ବ୍ୟବହାର କରିଛନ୍ତି, ଅନ୍ୟପକ୍ଷରେ ବିରୋଧୀ ସାଂସଦମାନେ ମୋଦୀ ସରକାରଙ୍କୁ ପ୍ରଶ୍ନ କରି ଗୃହରୁ ନିଲମ୍ବିତ ହେଉଛନ୍ତି। ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ଗତକାଲି ସଂସଦରେ ଅନାସ୍ଥ‌ା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଏହି କାରଣ ପାଇଁ ନାରାୟଣ ରାଣେ ସାୱନ୍ତଙ୍କୁ ତାଙ୍କ ଔକାତ କଥା କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI