Masthead

ବରଗଡ଼ ର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ଧବଳ ମୁଖୀ ବେଶ ।

ବରଗଡ଼ : ମହାଳୟା ଅବସରରେ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ଗଙ୍ଗା ମାତା ରୂପେ ଦର୍ଶନ ଦେଇଥାନ୍ତି। ଗଙ୍ଗା ହେଲେ ଶୁଭ୍ରାଙ୍ଗୀ ଓ ମାତାଙ୍କ ନୀର ହେଲା ପବିତ୍ର। ଗଙ୍ଗାକୁ ଯାଇ କୂଳୋଦ୍ଧାର ପାଇଁ ତର୍ପଣ କରିବା ସବୁବେଳେ ସମ୍ଭବ ହୋଇ ନଥାଏ। ତେଣୁ ଗଙ୍ଗା ରୂପୀ ସମଲେଶ୍ୱରୀଙ୍କ ପାଦତଳେ ମାନସିକ ତର୍ପଣ କଲେ କୂଳୋଦ୍ଧାର ହୁଏ ବୋଲି ଭକ୍ତମାନଙ୍କ ମନରେ ଆବେଗଭରା ବିଶ୍ୱାସ ରହିଛି। ଗଙ୍ଗା ସ୍ୱରୁପିଣୀ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ପଞ୍ଚପ୍ରାଣ ପବିତ୍ର ଲାଭ କରିଥାଏ।
ଏହି ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଗଙ୍ଗା ମାତା ସାଜି ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। କୋଭିଡ଼ କଟକଣା ଯୋଗୁଁ ଭକ୍ତମାନେ ମନ୍ଦିର ବାହାରେ ମା’ଙ୍କୁ ଦର୍ଶନ କରିଥିଲେ। ମା’ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ଭକ୍ତ ମାନଙ୍କୁ ଏହି ଧଳା ତଥା ଶୁଭ୍ର ରଙ୍ଗରେ ଦର୍ଶନ ଦେଇଥାନ୍ତି। ମା’ଙ୍କୁ ପାରମ୍ପାରିକ ରୀତିନୀତିରେ ପୂଜା ପରେ ବିଭିନ୍ନ ପ୍ରକାର ଶ୍ୱେତ ଅଳଙ୍କାର, ଶ୍ୱେତ ବସ୍ତ୍ର ଓ ଶ୍ୱେତ ପୁଷ୍ପ ଦ୍ୱାରା ସୁସଜ୍ଜିତ କରାଯାଇଛି। ପଣ୍ଡିତମାନଙ୍କ ଦ୍ୱାରା ବିଶ୍ୱ କଲ୍ୟାଣ ନିମିତ୍ତ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭଗବତୀ ମା’ ସମଲେଇଙ୍କ ଠାରେ ମହାଳୟା ବିହିତ ଦୀପ ପ୍ରଜ୍ଜ୍ବଳନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ