Masthead

ବିପଦପୂର୍ଣ୍ଣ ଡଙ୍ଗା ଯାତ୍ରା କଣ ବିକାଶର ଉଦାହରଣ ।

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା ପଞ୍ଚାୟତ ର ଘଟଣା

ନବରଙ୍ଗପୁର: ନବରଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ଅଜିମଧ୍ୟ ଏମିତି କିଛି ସ୍ଥାନ ଅଛି ଯେଉଁଠି ଯିବା ପାଇଁ ହେଲେ ନିଜ ଜୀବନ କୁ ବାଜି ଲଗାଇବାକୁ ପଡୁଛି। ନଇ ପାର ହୋଇ ଯିବାକୁ ହେଲେ ସାହାରା ନେବାକୁ ପଡୁଛି ଭଙ୍ଗା ଦଦରା ଦେଶୀ ଡଙ୍ଗା ଉପରେ। ଆଉ ଇଏ ହେଉଛି ବିକାଶ ପଥରେ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା।
ବର୍ଷା ଦିନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ନଇ କୂଳିଆ ଅଞ୍ଚଳ ବାସୀଙ୍କୁ।
କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା ପଞ୍ଚାୟତ ରେ। ନଦୀର ଗୋଟିଏ ପାର୍ଶ୍ଵ ରେ ନବରଙ୍ଗପୁର ଜିଲ୍ଲା ରହିଥିବା ବେଳେ ଅନ୍ୟ ପାର୍ଶ୍ଵ ରେ ରହିଛି ପଡୋଶୀ କୋରାପୁଟ ଜିଲ୍ଲା। ଚୀର୍ମା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ର ଲୋକେ ଦୈନନ୍ଦିନ ବ୍ୟବସାୟ ପାଇଁ ନିର୍ଭର କରନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ସହର ଉପରେ ଏବଂ କୋଟପାଡ଼ ଅଞ୍ଚଳ ର ବ୍ୟବସାୟୀ ମଧ୍ୟ ପ୍ରତିଦିନ ନିର୍ଭର କରନ୍ତି ଏହି କୋଷାଗୁମୁଡ଼ା ବ୍ଲକ ଉପରେ। ଯାତାୟତ ର କୌଣସି ଭଲ ସୁବିଧା ନଥିବା ହେତୁ ବର୍ଷ ତମାମ ନିର୍ଭର କରିଥାନ୍ତି ଏହି ନଦୀର ଦେଶୀ ଡ଼ଙ୍ଗା ଉପରେ। ନିଜ ଜୀବନ କୁ ହାତ ମୁଠା ରେ ଧରି ନଇ ପାର ହେଉଛନ୍ତି ଏଠାକାର ଅଧିବାସୀ ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି।
ଏକ ନୂତନ ଡଙ୍ଗା ଦେବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିବା ସତ୍ତ୍ବେ ମଧ୍ୟ ଆଜିଯାଏଁ କୌଣସି ସୁଫଳ ମିଳିପାରିନାହିଁ। ନଇ ଉପରେ ଏକ ପୋଲ ନିର୍ମାଣ ପାଇଁ ୪ ବର୍ଷ ଆଗରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟ ଆଗେଇ ନାହି। ବାଧ୍ୟ ହୋଇ ସେଇ ଭଙ୍ଗା ଦଦରା ଦେଶୀ ଡଙ୍ଗା ଦେଇ ସାଧାରଣ ଲୋକେ ନିତିଦିନ ଯାତାୟାତ କରୁଥିବା ବେଳେ ସାଇକଲ ଓ ମୋଟରସାଇକେଲ ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ପାର କରା ଯାଉଛି। ତେବେ କୌଣସି ଦୈବୀ ଦୁର୍ବିପାକ ଦ୍ଵାରା ଯଦି କିଛି ଅଘଟଣ ଘଟେ ତାହେଲେ ତାହାର ଉତ୍ତରଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି ଏଠାକାର ଅଧିବାସୀ। କେବେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଅଞ୍ଚବାସୀଙ୍କ ଦୁଃଖ ଦୂର କରୁଛି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼