ଲକ୍ଷ୍ନୌରେ ରୋମାଞ୍ଚକର ମୁକାବିଲା, ୧୮ ରନରେ ଜିତିଲା ବାଙ୍ଗାଲୋର

ବାଙ୍ଗାଲୋର(ବଡ଼ ଖବର ବ୍ୟୁରୋ): ଲକ୍ଷ୍ନୌରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟକୁ ୧୮ ରନ୍‌ରେ ପରାସ୍ତ କରିଛି ବାଙ୍ଗାଲୋର । ଏହି ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର କେବଳ ୧୨୬ ରନ କରିଥିବାବେଳେ ଏହାର ପିଛା କରି ୧୦୮ ରନରେ ସମସ୍ତ ୱିକେଟ ହରାଇଥିଲା ଲକ୍ଷ୍ନୌ । ତେବେ ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ସର୍ବାଧିକ ରନ କରିଥିବା ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଫାଫ ଡୁପ୍ଲେସିସ ।

ଆରମ୍ଭରୁ ଦଳ ଭଳ ପ୍ରଦର୍ଶନ କରିନଥିଲା । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୬୨ ରନ ଯୋଡ଼ିଥିଲେ ବିରାଟ କୋହଲି ଓ ଡୁପ୍ଲେସିସ । ନବମ ଓଭରରେ ରବି ବିଷ୍ଣୋଇଙ୍କ ପ୍ରଥମ ଶିକାର ପାଲଟିଥିଲେ କୋହଲି । ସେ ୩୦ ବଲରୁ ୩ଟି ଚୌକା ସହିତ ୩୧ ରନ କରିଥିଲେ । ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଅଧିନାୟକ ଫାଫ ଡୁପ୍ଲେସିସ ଦଳ ପାଇଁ ସର୍ବାଧିକ ୪୦ ବଲରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ବଳରେ ୪୪ ରନ କରି ଆଉଟ ହୋଇଥିଲେ । ତେବେ ଦିନେଶ କାର୍ତ୍ତିକଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସମର୍ଥ ହୋଇନଥିଲେ ।

ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୨୬ ରନ କରିଥିଲା ବାଙ୍ଗାଲୋର । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ ଓଭରରୁ ୩୦ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ପାଇଥିଲେ । ରବି ବିଷ୍ଣୋଇ ଓ ଅମିତ ମିଶ୍ରା ୨୧ ରନ ଲେଖାଏଁ ଖର୍ଚ୍ଚ କରି ୨ଟି ଲେଖାଏଁ ୱିକେଟ ନେଇଥିଲେ । କ୍ରିଷ୍ଣାପା ଗୌତମଙ୍କୁ ଗୋଟିଏ ସଫଳତା ମିଳିଥିଲା । ଆରସିବି ପକ୍ଷରୁ ଜୋଶ ହେଜେଲଉଡ ଓ କର୍ଣ୍ଣ ଶର୍ମା ୨ଟି ଲେଖାଏଁ ୱିକେଟ ପାଇଥିଲେ । ମହମ୍ମଦ ସିରାଜ, ଗ୍ଲେନ ମାକ୍ସୱେଲ, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଫଳରେ ବାଙ୍ଗାଲୋର ଅବିଶ୍ୱସନୀୟ ଭାବେ ଏହି ମୁକାବିଲାକୁ ଜିତି ନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ