ଜିଲ୍ଲା ବୁଲିବେ ସଚିବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍‌ରେ ୨ ଦିନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରଖିବା ପାଇଁ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦେଇଛନ୍ତି ନିର୍ଦ୍ଦେଶ।

ସଚିବମାନେ ଜିଲ୍ଲାଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ କରିବେ । ସାଧାରଣ ଲୋକଙ୍କୁ ଯେପରି ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳିବ ତାହା ସୁନିଶ୍ଚିତ କରିବେ । ସମସ୍ତ ବିଭାଗକୁ ସେମାନଙ୍କ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାପକ ଅନୁଧ୍ୟାନ ଓ ରିପୋର୍ଟ ଆଦି ପ୍ରସ୍ତୁତ କରି ସେସବୁକୁ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନଲେଜ ବ୍ୟାଙ୍କ’ ଭାବେ ଏକ ପୋର୍ଟାଲ ତିଆରି କରି ସେଥିରେଏହି ସମସ୍ତ ତଥ୍ୟକୁ ଅପଲୋଡ୍ କରାଯିବ ।

‘ନଲେଜ ବ୍ୟାଙ୍କ’ ଭାବେ ଏକ ପୋର୍ଟାଲ ତିଆରି କରି ସେଥିରେଏହି ସମସ୍ତ ତଥ୍ୟକୁ ଅପଲୋଡ୍ କରାଯିବ । ସରକାରୀ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ମାନଙ୍କ ଦ୍ୱାରା ନୂଆ ଟେକନୋଲୋଜି ଲାଗୁ କରାଯାଇ ପାରେ ବୋଲି ମଧ୍ୟ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି । ପୂର୍ବ ସରକାରରେ କେବଳ ଫାଇଭ-ଟି ବ୍ୟତୀତ ଅନ୍ୟ ବିଭାଗୀୟ ସଚିବ ମାନଙ୍କ ଜିଲ୍ଲା ଗସ୍ତ ଉପରେ ଏକପ୍ରକାର ଅଘୋଷିତ କଟକଣା ଲାଗିଥିବା ଅଭିଯୋଗ ଆସୁଥିଲା । ତେବେ ବର୍ତ୍ତମାନର ବିଜେପି ସରକାର ‘ଫାଇଭ-ଟି’କୁ ବନ୍ଦ କରିଥିବା ବେଳେ, ପୁଣି ଥରେ ସଚିବ ମାନଙ୍କ ଜିଲ୍ଲା ଗସ୍ତ ଆରମ୍ଭ କରିବାକୁ ପଦକ୍ଷେପ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!