Masthead

ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି, ଖାଆନ୍ତି ମଣିଷ ମାଂସ!

ନୂଅଅଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଧାରଣତଃ ଆଦିବାସୀ ଜନଜାତିମାନଙ୍କୁ ନିରୀହ ବୋଲି ବିବେଚନା କରାଯାଏ । କିନ୍ତୁ ଏମିତି ବି କିଛି ଜନଜାତି ଅଛନ୍ତି ଯେଉଁମାନଙ୍କୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି ଭାବେ ବିବେଚନା କରାଯାଏ । ଆଫ୍ରିକାର ମୁର୍ସି ଟ୍ରାଇବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି କୁହାଯାଇଥାଏ । ଏହି ଜନଜାତିକୁ ସୁରା, ସୁରମା ବା ମୁର୍ସି ଜନଜାତି ମଧ୍ୟ କୁହାଯାଏ । ଏହି ଲୋକମାନଙ୍କର ଚାଲି ଚଳଣି, ବେଶଭୂଷା, ରହଣୀ ତଥା ଜୀବନଶୈଳୀ ଅନ୍ୟମାନଙ୍କ ଠାରୁ ବେଶ ଭିନ୍ନ । ସାଧାରଣତଃ ଇଥିଓପିଆରେ ଏହି ଜନଜାତିଙ୍କୁ ଦେଖିବାକୁ ମିଳିଥାଏ । ଏମାନେ ଦେଖିବାକୁ ଖୁବ ବିପଦପୂର୍ଣ୍ଣ । ଏହି ଜନଜାତିର ମହିଳାମାନେ ମୁହଁରେ ଏକ ପ୍ରକାରର ପ୍ଲେଟ ଲଗାଇଥାନ୍ତି । କାନ ଓ ଓଠ ପାଇଁ ଦୁଇଟି ଅଲଗା ଅଲଗା ପ୍ଲେଟ ବ୍ୟବହାର କରାଯାଏ ।

ଏଥିରୁ ଜଣାଯାଏ ସେମାନେ ବିବାହିତ କି ନୁହେଁ । କାରଣ କେବଳ ବିବାହିତା ମହିଳାମାନେ ହିଁ ଏପରି ପ୍ଲେଟ ଲଗାଇଥାନ୍ତି । କିଛି ପୁରୁଷମାନେ ମଧ୍ୟ ଏହି ପ୍ଲେଟକୁ ପିନ୍ଧିଥାନ୍ତି । ଶରୀରରେ ସେମାନେ ଏକ ଅଜବ ପ୍ରକାରର ଟାଟୁ କରିଥାନ୍ତି । ଯାହାକୁ କିଚୁଆ ବୋଲି କୁହାଯାଏ । ଏହି ଜନଜାତିଙ୍କ ବିଷୟରେ ଏକ ରୋଚକ କଥା ହେଉଛି, ଏମାନେ ମଣିଷ ମାଂସ ଖାଇଥାନ୍ତି । ଇଥିଓପିଆରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଗଲେ ସେ ଏହି ଜନଜାତିକୁ ବିକ୍ରି କରିଦିଅନ୍ତି । ଏହା ପରେ ଏହି ଲୋକମାନେ ମାଂସ ଓ ରକ୍ତକୁ ପିଇଥାନ୍ତି । ମୁର୍ସି ଗାଁରେ ପାଖାପାଖି ୧୦ ହଜାର ଲୋକ ବସବାସ କରନ୍ତି । ସମୟେ ସମୟେରେ ସେମାନେ ନିଜ ଠିକଣା ବଦଳାଇଥାନ୍ତି । ବର୍ଷା ସମୟରେ ସେମାନେ ନଦୀ ପାଖ ଅଂଚଳ ତଥା କୌଣସି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଘର ବନାଇଥାନ୍ତି ଏବଂ ଅନୁକୂଳ ପରିବେଶ ଉପୁଜିଲେ ନୂଆ ଠିକଣା ପାଇଁ ଜାଗା ବଦଳାଇଥାନ୍ତି । ସେମାନଙ୍କର ଘର ଗୁଡ଼ିକ ମଧ୍ୟ ଚାଳ ଛପରରେ ତିଆରି ହୋଇଥାଏ, ଯାହା କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ହିଁ ସ୍ଥାୟୀତ୍ୱ ବଜାୟ ରଖେ ।

ଘରେ ଶେଜ ବନାଇବା ପାଇଁ ଗାଈର ଚମଡ଼ାକୁ ବ୍ୟବହାର କରାଯାଏ । ଗାଈ ଏହି ଜନଜାତିଙ୍କ ପାଇଁ ସବୁଠୁ ଆବଶ୍ୟକ ପଶୁ । ବାହାଘରଠୁ ଆରମ୍ଭ କରି ନିତ୍ୟ ଭୋଜନରେ ଗାଈକୁ ବ୍ୟବହାର କରାଯାଏ । ବିବାହ ପରମ୍ପରା ମଧ୍ୟ ଏଠି ଭିନ୍ନ । ଯୌତୁକରେ ବରପକ୍ଷ ତରଫରୁ କନ୍ୟାପକ୍ଷକୁ ୨୮ଟି ଗାଈ ଦେବାକୁ ହୋଇଥାଏ । ଯଦି ପୁଅ ଘର ଲୋକେ ଏହାକୁ ଦେବାରେ ଅସମର୍ଥ ହୁଅନ୍ତି ତେବେ ବାହାଘର ହୋଇପାରେ ନାହିଁ । ମୁର୍ସୀ ଜନଜାତିଙ୍କ ଧର୍ମ କଥା ଆସିଲେ କୁହାଯାଏ ଯେ, ଏହି ଜନଜାତିର ଲୋକମାନେ ଖ୍ରୀଷ୍ଟିଆନ ଧର୍ମକୁ ଆପଣେଇଛନ୍ତି । ଏମାନେ ଦିନ ସାରା ଶୋଇଥାନ୍ତି । କାରଣ ମୁର୍ସୀ ଜନଜାତିଙ୍କ ପାଖରେ କାମଧନ୍ଧା କହିଲେ କିଛି ନାହିଁ । କେବଳ ବର୍ଷା ଦିନେ ହିଁ ଏମାନେ ମକା ଚାଷ କରିଥାନ୍ତି । ଏବଂ ବର୍ଷ ସାରା ଏହି ମକାରେ ଗାଈ ରକ୍ତ ମିଶାଇ ଖାଇଥାନ୍ତି । ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନଜାତି କୁହାଯାଉଥିବା ଏହି ମୁର୍ସୀ ଟ୍ରାଇବ ଯେତିକି ଦେଖିବାକୁ ଆଶ୍ଚର୍ଯକର ସେତିକି ରହସ୍ୟମୟ ମଧ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ