Masthead

ରାଜଧାନୀରେ କେଉଁଠି ମିଳିବ କରୋନା ଟିକା ଜାଣନ୍ତୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ କରୋନା ଟିକା କୋଭିସଲ୍ଡ ପହଞ୍ଚିବା ପରେ ଟିକାକୁ ନେଇ କାଉନଡାଉନ ସରିଛି । କେଉଁଠି କେଉଁଠି ଟିକା ମିଳିବ ତା’ର ତାଲିକା ପ୍ରସ୍ତୁତ ସହିତ ବିଏମ୍‌ସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ତାଲିକାରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଯୋଡାଯାଇଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଟିକାକରଣ ସେଣ୍ଟର ଖୋଲାଯାଇଛି । ୧୬ ତାରିଖରେ ଭୁବନେଶ୍ୱରର ୫ଟି ସେଣ୍ଟରରେ କୋଭିଡ୍- ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ହେବ ଟିକାକରଣ ।

ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । ଏହା ସହିତ ଅଧିକ ସଂକ୍ରମିତଥିବା ଅଞ୍ଚଳକୁ ବି ଗୁରୁତ୍ୱ ଦିଆଯିବ । ରାଜ୍ୟ ଭ୍ୟାକସିନ୍ ଷ୍ଟୋରରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି । ଟିକା ଯାଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରହିବ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ପଠାଯିବ । ୧୬ତାରିଖରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା