Masthead

ସହଯୋଗର ହାତ ବଢ଼ାଇବ ଭାରତ

ବାଂଲାଦେଶକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିପଦରେ ପଡ଼ିଥିବା ଶତ୍ରୁକୁ ସବୁବେଳେ ସାହାଯ୍ୟ କରେ ଭାରତ । ବାଂଲାଦେଶକୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି ଭାରତ । ବାଂଲାଦେଶରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁଜଣ ଆହାତ ହୋଇଛନ୍ତି । ଯେହେତୁ ପ୍ଲେନଟି ଏକ ସ୍କୁଲ ଛାତ ଉପରେ କ୍ରାସ ହୋଇଥିଲା ତେଣୁ ଆହାତଙ୍କ ମଧ୍ୟରେ ପିଲାମାନଙ୍କ ସଂଖ୍ୟା ଅଧିକ । ଆହାତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଡ଼ାକ୍ତର ଏବଂ ନର୍ସ ମାନଙ୍କର ଏକ ଟିମ୍ ବାଂଲାଦେଶ ପଠାଇବ ଭାରତ ।

ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ‘ଆବଶ୍ରକୀୟ ଚିକିତ୍ସା ସହିତ ପୋଡ଼ା ବିଶେଷଜ୍ଞ ଡ଼ାକ୍ତର ଏବଂ ନର୍ସଙ୍କ ଏକ ଦଳ ପୀଡ଼ିତଙ୍କ ଚିକିତ୍ସା ପାଇଁ ଶୀଘ୍ର ବାଂଲାଦେଶର ରାଜଧାନୀ ଢାକା ଯିବେ । ସୂଚନାରୁ ଯାହା ଜଣାଯାଇଛି ସାହାଯ୍ୟ ପାଇଁ ଦିଲ୍ଲୀରୁ ଦୁଇଜଣ ଡ଼ାକ୍ତର ମଧ୍ୟ ସାମିଲ ଅଛନ୍ତି । ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଭାରତ ମଧ୍ୟ ପଠାଯିବ । ଦୁର୍ଘଟଣାରେ ୩୧ଜଣଙ୍କ ମୃତ୍ୟୁ ସହ ୧୫୦ରୁ ଅଧିକ ଆହାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୫ଜଣ ସ୍କୁଲ ପିଲା ଅଛନ୍ତି । ଭାରତ ଚାହୁଁଛି ଆହାତମାନେ ଯଥାଶିଘ୍ର ସୁସ୍ଥ ହୁଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ