Masthead

ପୁରୁଷ, ମହିଳାଙ୍କ ମଧ୍ୟରେ ସମାନତା ରଖିବାକୁ ରାଷ୍ଟ୍ରପତିଙ୍କ ଆହ୍ବାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନାରୀ, ଫୁଲଠୁ କଅଁଳ, ବଜ୍ରଠୁ ଶକ୍ତ । ସେ ଜାୟା, ଭଗ୍ନୀ । ଅନ୍ନଦାତ୍ରୀ, ଜନ୍ମଦାତ୍ରୀମଧ୍ୟ । ସେ କ୍ଷମାର ପ୍ରତୀକ, ଦୟାର ସାଗର । ଏହା ସତ୍ତେ୍ୱ ଆଜି ନାରୀ ଅସୁରକ୍ଷିତ । ସମାଜରେ ନିଜ ସମ୍ମାନ ଓ ଅଧିକାର ଜାହିରି କରିବାକୁ ତାକୁ ନୀତିପ୍ରତି ସଂଘର୍ଷ କରିବାକୁ ପଡୁଛି । ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ବଜାୟ ରଖିବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱ ପାଳନ କରୁଛି ଏହି ଦିବସ । ନାରୀ ଏବେ ଅବଳା ଦୁର୍ବଳା ନୁହେଁ, ତଥାପି ଅଧିକାର ଓ ସମ୍ମାନ ଭୂଲୁଣ୍ଠିତ । ବିଭିନ୍ନ କ୍ଷେତ୍ରରେ ଅଧିକାର ପାଇବା ପାଇଁ ମହିଳାମାନେ ବହୁ ଦିନରୁ ସଂଘର୍ଷତରତ ।

ଆଜିର ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ଅନେକ ମହିଳା ବିଭିନ୍ନ କ୍ଷେତ୍ରରେ ଅନେକ କିର୍ତ୍ତୀମାନ ସ୍ଥାପନ କରୁଛନ୍ତି। ଆଜିର ଦିନରେ ପୁରୁଷ, ମହିଳାଙ୍କ ମଧ୍ୟରେ ସମାନତା ରଖିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି। ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଟ୍ବିଟ୍ କରି ମହିଳା ଦିବସର ଶୁଭକାମନା ଜଣାଇଛନ୍ତି। ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ