Before Header

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲା ପୋଷ୍ଟପୋନ୍, କାହିଁକି ଅଧାରେ ରହିଲା ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ?

0 44

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସା ପାଇଁ ସରକାରଙ୍କୁ ଟେନସନ, ସେଥିପାଇଁ ହୋଇଗଲା କି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୋଷ୍ଟପୋନ । ଏନସିପିରେ ବିଭାଜନ, ଅପକମିଂ ଇଲେକ୍ସନ, ସେଥିପାଇଁ ଛିଡ଼ି ପାରୁନି କି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ଇକ୍ୱେସନ୍? ଏକାଠି ହୋଇଛନ୍ତି ବିରୋଧୀ, କରିଛନ୍ତି ନୂଆ ମେଂଟ, ସେଥିପାଇଁ ଅଟକିଛି କି ମୋଦିଙ୍କ କ୍ୟାବିନେଟ? ୧୫-୨୦ ଦିନ ତଳେ ଖୁବ ଜୋରସୋରରେ ଶୁଣିବାକୁ ମିଳିଥିଲା ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ । ହୁଏତ ଆଗାମୀ ନିର୍ବାଚନ ପୂର୍ବରୁ ଏହା ମୋଦିଙ୍କ ଶେଷ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇସାରିଥାନ୍ତା । କିନ୍ତୁ ଅଚାନକ ଚର୍ଚ୍ଚା ଆଉ ଆଗକୁ ବଢିଲା ନାହିଁ । କେହି ଆଉ ମୋଦିଙ୍କ ମନ୍ତ୍ରିମଣ୍ଡଳ କଥା କହୁନାହାନ୍ତି । ଫ୍ରାନ୍ସ ଯିବା ପୂର୍ବରୁ ଏହି କାର୍ଯ୍ୟ ପୂରା ହେବାର ଥିଲା । ମୋଦି ଫ୍ରାନ୍ସ ଯାଇ ସାରିଲେଣି ଏବଂ ଫେରି ବି ଆସିଲେଣି । ହେଲେ ବଦଳିପାରିଲାଣି ମନ୍ତ୍ରିମଣ୍ଡଳ । ଏହାର ଦୁଇ ତିନୋଟି କାରଣ କୁହାଯାଉଛି ।

ମଣିପୁର ହିଂସାକୁ ନେଇ ଯେତେବେଳେ ସାରା ଦେଶ ହୁଲୁସ୍ତୁଲ ହୋଇପଡିଛି, ସେଠି ଏହାର ପ୍ରଭାବ ରାଜନୀତିରେ ମଧ୍ୟ ପଡିଛି । ଗୋଟେ ପଟେ ବିରୋଧୀଙ୍କ ମେଂଟ ଇଣ୍ଡିଆ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ କରୁଛି ଗେମ ପ୍ଲାନ । ଅନ୍ୟ ପଟେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ହୋଇପାରେ ଉତ୍ଥାନ ପତ୍ତନ । ବଦଳିବ କି ମୋଦି କ୍ୟାବିନେଟ? ବିସ୍ତାର ହେବ କି ମନ୍ତ୍ରିମଣ୍ଡଳ? କ’ଣ କହୁଛନ୍ତି ରାଜନୈତିକ ବିଶେଷଜ୍ଞ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ଏଥିରେ ପରିବର୍ତ୍ତନ କରାଯିବାର ଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁସାରେ, ଚଳିତ ବର୍ଷର ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାର ନେତାମାନେ ଯୋଡ଼ି ହୋଇଛନ୍ତି । ଯେଉଁଥିରେ ନରେନ୍ଦ୍ର ସିଂ ତୋମାର, ବିରେନ୍ଦ୍ର ସିଂ, ଜ୍ୟୋତିରାଦିତ୍ୟ ସିଦ୍ଧିଆ, ପହଲାଦ ପଟେଲ ଓ ଫଗନ ସିଂ ରହିଛନ୍ତି । ତେବେ ଆଗକୁ ରହିଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ । ଯାହାକୁ ଦୃଷ୍ଟିରେ ରଖି ଏମପିରୁ କୌଣସି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାର ଯୋଜନା କରୁଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ରାଜସ୍ଥାନ ପାଇଁ ମଧ୍ୟ ତିଆରି କରାଯାଇଥିଲା ସମୀକରଣ । କୁହାଯାଉଛି ଯେ ଏହି ସମ୍ପ୍ରସାରଣରେ ୪ ମନ୍ତ୍ରୀଙ୍କୁ ଏଥିରେ ମିଶାଯିବ । ରାଜସ୍ଥାନରୁ ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଙ୍ଘୱାଲ ଓ କୈଳାଶ ଚୌଧୁରୀ ପ୍ରତିନିଧିତ୍ୱ କରିବେ ।

ନିକଟ ଅତୀତରେ ଅର୍ଜୁନ ରାମ ମେଘୱାଲଙ୍କୁ ମୋଦି ସରକାର ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । ତେବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ଏହା ଥିଲା ମୋଦିଙ୍କ ମାଷ୍ଟରଷ୍ଟ୍ରୋକ । କାରଣ ମେଘୱାଲଙ୍କ ଦ୍ୱାରା ମୋଦି ଖେଳିଥିଲେ ଦଳିତ କାର୍ଡ । ରାଜସ୍ଥାନର କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ବିଜେପି ବିଶେଷ ସମୀକରଣର ପ୍ଲାନ କରୁଛି । କେବଳ ରାଜସ୍ଥାନ ଓ ମଧ୍ୟପ୍ରଦେଶ ବୋଲି ନୁହେଁ, ତେଲେଙ୍ଗାନା ଓ ଛତିଶଗଡ଼ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି ଦଳ । ଜି କିଶନ ରେଡ୍ଡୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ବିଜେପି ତେଲେଙ୍ଗାନାରେ ସତ୍ତାକୁ ନେଇ ଏକ ମାଷ୍ଟରଷ୍ଟ୍ରୋକ ଖେଳି ସାରିଛି । ତେଲେଙ୍ଗାନା ରେ ବର୍ତ୍ତମାନ ବିଆରଏସ ସରକାରଙ୍କ ଶାସନ ଚାଲିଛି । କିନ୍ତୁ ରାଜ୍ୟରେ ବିଜେପି ନିଜ ଦବଦବାକୁ କାଏମ ରଖିବା ପାଇଁ ସମସ୍ତ ପ୍ରକାରର ନୀତି ଆପଣେଇଛି । ଏହି ଷ୍ଟ୍ରାଟେଜିରେ ତେଲେଙ୍ଗାନାରୁ କିଛି ନେତାଙ୍କ ନାଁରେ ମନ୍ତ୍ରିମଣ୍ଡଳରେ ମୋହର ବାଜିବ ।

ତେବେ ଶେଷ ଥର ୨୦୨୧ ଜୁଲାଇରେ ମୋଦିଙ୍କ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଂଜାବ, ଗୋଆ, ମଣିପୁର, ହିମାଚଳ ପ୍ରଦେଶ, ଗୁଜୁରାଟ, ନାଗାଲ୍ୟାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ଣ୍ଣାଟକର ନେତାମାନଙ୍କୁ ମିଳିଥିଲା ଦାୟିତ୍ୱ । ଏହି ସବୁ ରାଜ୍ୟମାନଙ୍କରେ ମଧ୍ୟ ବିଜେପି ନିଜର ଭୋଟ ବ୍ୟାଙ୍କକୁ ଆହୁରି ସୁଦୃଢ କରିଥିଲା ।

 

Leave A Reply

Your email address will not be published.