Masthead

ମୃତ୍ୟୁ ଏମିତି ବି ଆସେ ।

ଦୁର୍ଘଟଣାରେ ପୁଅର ଆଖି ଆଗରେ ଚାଲିଗଲା ମାଆ ର ଜୀବନ !

ମାହାଙ୍ଗା :
ମୃତ୍ୟୁ ଏମିତି ବି ଆସେ ,କେହି ଏହାର କଳ୍ପନା ବି କରିନଥିଲେ । ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ରୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ନିରୀହ ମାଆର ଜୀବନ । ସୂଚନା ମୁତାବକ ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ଗାଁର ସଂଯୁକ୍ତା ସିଂହ ୬୦ ବର୍ଷ(ମୃତକ) । ଆଜି ସଂଯୁକ୍ତା ପୁଅ ସହିତ ସ୍କୁଟିରେ ବସି କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ମନ୍ଦିରରେ ଭୋଗରାଗ କରି ଘରକୁ ଫେରିବା ବାଟରେ , ଏକ ହମ୍ପସ ରେ ଗାଡିର ଚକାଟି ପଡି ,ଗାଡ଼ିରୁ ଖସିପଡିଥିଲେ ସଂଯୁକ୍ତା । ପୁଅ ସ୍ଥାନୀୟ ଆମ୍ବୁଲାନ୍ସ କୁ ଡାକିବା ଭିତରେ ଅକାଳରେ ଚାଲିଯାଇଥିଲା ମାଆ ର ଜୀବନ । ଦୁର୍ଘଟଣା ଶୁଣିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’ 🔴 ପାର୍କ ନାଁରେ ହରିଲୁଟ 🔴 ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ 🔴 ଆଡପ ମଣ୍ଡପରେ ମହାପ୍ରଭୁ 🔴 ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ