Masthead

କୋଟିଆ ବିବାଦ: ରାଜନୈତିକ ସ୍ତରରେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

କୋଟିଆ (ବଡ଼ ଖବର ବ୍ୟୁରୋ): କୋଟିଆ ବିବାଦ । ପୁଣି ଘୁଞ୍ଚିଲା ମାମଲାର ଶୁଣାଣି। ସୁପ୍ରିମକୋର୍ଟ ୬ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜନୈତିକ ସମାଧାନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଧ୍ରପ୍ରଦେଶ ବାରମ୍ବାର ଅନୁପ୍ରବେଶ କରୁଥିବାରୁ ଏହାକୁନେଇ ଚଳିତବର୍ଷ ପୁଣି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଓଡ଼ିଶା ସରକାର ।କୋଭିଡ୍ କଟକଣା ଯୋଗୁ ତିନି ମାସ ଧରି ଶୁଣାଣି ହୋଇପାରି ନଥିଲା ।

କିନ୍ତୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ସୁଯୋଗ ଦେଇଛନ୍ତି । ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ନଅ ଜଣ ବିଚାରପତିଙ୍କ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଯୋଗୁ କୋଟିଆ ମାମଲା ଶୁଣାଣି ବିଳମ୍ବରେ ଆରମ୍ଭ ହୋଇଥିଲା।

ଶପଥ ଗ୍ରହଣ ଶେଷ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ.ଭି. ରମଣା ଆଜି ନୂତନ ଭବେ ଶପଥ ଗ୍ରହଣ କରିଥିବା ବିଚାରପତି ଜେ.କେ. ମାହେଶ୍ବରୀଙ୍କୁ ବିଚାରପତି ଏ.ଏମ. ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ସାମିଲ୍ କରିଥିଲେ। ପରବର୍ତ୍ତୀ ତାରିଖରେ ମାମଲାର ବିସ୍ତୃତ ଶୁଣାଣି ହେବାର ସମ୍ଭାବନା ଥିବା ବେଳେ ଖଣ୍ଡପୀଠଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ୟ୍ୟ କରାଯାଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ