Masthead

ଜନ୍ମ ବେଦୀକୁ ବିଜେ କରିବେ ମଣିମା

ପୁରୀ (ବଡ଼ ଖବର ବ୍ୟୁରୋ): ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦି ଯାତ୍ରା ଲୀଳା । ଆଜି ଅପରାହ୍ନରେ ଠାକୁରଙ୍କ ପହଣ୍ଡି ଅନୁଷ୍ଠିତ ହେବ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିବେ। ସୋମବାର ବାହାରିବ ଆଡ଼ପ ଅବଢ଼ା। ଏନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଶ୍ରୀଗୁଣ୍ଡିଚାରେ ପହୁଡ଼ ହୋଇ ନଥିବାରୁ ରାତି ତମାମ ଲକ୍ଷାଧିକ ଭକ୍ତ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିଥିଲେ । ସୋମବାରଠୁ ମହାପ୍ରଭୁଙ୍କ ଆଡପ ମଣ୍ଡପ ଦର୍ଶନ ସୁଯୋଗ ପାଇବେ ଭକ୍ତ ।

ଏନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବେଶ ଭିଡ ଜମିଛି ଶ୍ରଦ୍ଧାଳୁଙ୍କର । ଦୁଇ ଦିନ ହେବ ରଥାରୁଢ ରହିବା ପରେ ଶ୍ରୀଜିଉ ଆଜି ବିଜେ କରିବେ ଆଡପମଣ୍ଡପକୁ। ସଂନ୍ଧ୍ୟା ଧୁପ ପରେ ଫିଟାଯିବ ଘୋଡା। ତାପରେ ରଥରେ ଚାରମାଳ ବନ୍ଧାଯାଇଥିବା ବେଳେ ସେପଟେ କୋଠ ସୁଆଁସିଆ ସେବକମାନେ ଆଡପ ମଣ୍ଡପ ସିଂହାସନରେ ଚାର ବାନ୍ଧିବେ । ପ୍ରଥମେ ପୁଷ୍ପାଞ୍ଜଳୀ ହୋଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି କରାଯିବ । ତା ପରେ ସୁଦର୍ଶନ ପହଣ୍ଡି ହେବେ ।

ଏହାପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଯିବେ। ମହାପ୍ରଭୁଙ୍କର ପହଣ୍ଡି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବାୟତଙ୍କ ସହ ସମନ୍ୱୟ ରଖାଯାଇଛି । ସେନଇ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପହଣ୍ଡି ସମୟରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥା କଡାକଡି କରାଯାଇଛି । ଭିତର ଓ ବାହାର କର୍ଡନ କରାଯାଇ ପହଣ୍ଡି କରାଯିବା ସହିତ ରଥଚାରିପଟେ ସ୍ୱତନ୍ତ୍ର ପୁଲିସଙ୍କ ସମେତ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ। ପହଣ୍ଡି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ବେଶ ଭିଡ ଜମିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ