ପଶୁ ଶୀକାରବେଳେ ହେଲା ମଣିଷ ଶିକାର !

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି।ମିଳିଥିବା ଖବର ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ କାଳିଆଯୋଡି ଗ୍ରାମ ଏବଂ କଞ୍ଚୁଗୁମା ଗ୍ରାମର ଦୁଇ ଦଳ ପ୍ରାୟ ୧୫ ରୁ ୨୦ ଜଣ ଲୋକେ ଶିକାରପାଇ ଭୁତମାଳି ଜଙ୍ଗଲକୁ ଯାଇଥିଲେ।ଶିକାର ସମୟରେ ଏକ ଦଳର ଗୁଳି ଆସି କାଳିଆଯୋଡି ଗ୍ରାମର ଖଗେଶ୍ବର ଝୋଡିଆଙ୍କ ପଛପଟ ମୁଣ୍ଡରେ ଗୁଳି ବାଜିଥିଲା।ଗୁଳି ବାଜିବା କ୍ଷଣି ଉକ୍ତ ସ୍ଥାନରେ ଟଳିପଡିଥିଲେ ଖଗେଶ୍ବର ଝୋଡିଆ ଏବଂ ଦିର୍ଘ କିଛି ସମୟପରେ ମୃତ୍ୟୁ ଘଟିଥିଲା।ଫଳ ସୂରୁପ ମୃତ ଖଗେଶ୍ବର ଝୋଡିଆଙ୍କୁ କାଳିଆଯୋଡି ନିକଟରେ ଥିବା ଏକ ଶ୍ମସାନରେ ଶବଦାହ କରୁଥିବା ସମୟର ଅଣ୍ଡିରାକଞ୍ଚ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶବକୁ ଜବତ କରିଥିଲେ।ଏହାପରେ ଘଟଣା ସ୍ଥଳରେ ମାଜିଷ୍ଟେଡ ଦାଇତ୍ବରେ କାଶୀପୁର ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ଶବକୁ ଜବତ କରାଯାଇଛି।ଏନେଇ ଶିକାରରେ ବ୍ୟବହୃତ ହୋଇଥିବା ଏକ ବନ୍ଧୁକକୁ ଅଣ୍ଡିରାକଞ୍ଚ ପୋଲିସ ଜବତ କରିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ