Masthead

ଅରୁଣାଚଳ ପ୍ରଦେଶ ଏଲଏସିରେ ବୋଫର୍ସ ଗନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦଜନିତ ସମସ୍ୟା ଥମିବାରେ ନାଁ ଧରୁନି । ଚୀନ ସେନମାନେ ବାର ବାର ଭାରତୀୟ କ୍ଷେତ୍ରକୁ ଅନୁପ୍ରବେଶ କରୁଛନ୍ତି । ସେ ନେଇ ଏବେ ଭାରତ ଚୀନକୁ ମୁହଁତୋଡ ଜବାବ ଦେଇଛି । ଅରୁଣାଚଳ ପ୍ରଦେଶ ଏଲଏସିରେ ବୋଫର୍ସ ଗନ ମୁତୟନ କରିଛି ଭାରତ । ଏମ-୭୭୭ ହ୍ୱାଇଜର୍ ଏବଂ ସ୍ୱିଡିଶ୍ ବନ୍ଧୁକ ବ୍ୟତୀତ ଉଚ୍ଚ ପର୍ବତାଞ୍ଚଳରେ ଭାରତ ପକ୍ଷରୁ ଏଲ-୭୦ ଆଣ୍ଟି ଏୟାରକ୍ରାଫ୍ଟ ବନ୍ଧୁକ ମୁତୟନ କରାଯାଇଛି ।

ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ସେନା କୌଣସି ସମସ୍ୟାର ସାମ୍ନା ହେବା ଉଚିତ ନୁହେଁ । ଭାରତୀୟ ସେନା ପୂର୍ବରୁ ସେକ୍ଟରରେ ବହୁ ସଂଖ୍ୟକ ବୋଫର୍ସ ଏବଂ ହାୱିଜର ବନ୍ଧୁକ ନିୟୋଜିତ କରିସାରିଛି । ତେବେ ସେଗୁଡିକୁ ଭାରତର ଫାୟାର ପାୱାରର ମେରୁଦଣ୍ଡ ବୋଲି କୁହାଯାଏ । କେବଳ ଏତିକି ନୁହେଁ ଚୀନ ସହ ବିବାଦ ପରେ ଭାରତ ତାର ସେନା ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି । ଏଲଏସି ସହିତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ବ୍ୟତୀତ ଅରୁଣାଚଳ ପ୍ରଦେଶର ଅନେକ ପ୍ରମୁଖ ସ୍ଥାନରେ ଆଣ୍ଟି-ଏୟାରକ୍ରାଫ୍ଟ ଗନ ନିୟୋଜିତ କରାଯାଇଛି ।

ଏହାଦ୍ୱାରା ସେନାର ବାୟୁ ପ୍ରତିରକ୍ଷା ପ୍ରାଣାଳୀ ମଜବୁତ ହୋଇଛି । ସେପଟେ ଆର୍ମି ଡିଫେନ୍ସର କ୍ୟପଟେନ ସାରିଆ ଅବ୍ବସି କହିଛନ୍ତି ଯେ, ଏଲ ୭୦ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକର ସମସ୍ତ ପ୍ରକାର ମାନବ ବିହୀନ ଯାନ, ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଆଧୁନିକ ବିମାନକୁ ଟାର୍ଗେଟ କରିପାରିବାର କ୍ଷମତା ରହିଛି । ଅରୁଣାଚଳ ପ୍ରଦେଶରେ ଚୀନ ସୀମାରେ କଡା ନଜର ରଖିଛି । ଚୀନର କିଛି ବି ଚାଲବାଜକୁ କଡା ଜବାବ ଦେବା ପାଇଁ ଭାରତ ପୁରା ପ୍ରସ୍ତୁତ ରହିଛି ।

ତେବେ ପୂର୍ବରୁ ବୋଫର୍ସ ଗନ କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଇଁ ବରଦାନ ପାଲଟିଥିଲା । ଏହି ଗନ ଦ୍ୱାରା କାର୍ଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା । ବୋଫର୍ସ ଗନ ଏପରି ଏକ ଗନ ଯାହା କମ ତାପମାତ୍ରାରେ ମଧ୍ୟ ଭଲ କାର୍ଯ୍ୟକ୍ଷମ ହୋଇଥାଏ । ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଶତୃ ପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି ।ତେବେ ଏହା ଅନ୍ୟ ଗନ ତୁଳନାରେ ହାଲୁକା ହୋଇଥିବାରୁ ଯୁଦ୍ଧ ଭୂମିରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ଅଧିକ ସହଜ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି