ଅରୁଣାଚଳ ପ୍ରଦେଶ ଏଲଏସିରେ ବୋଫର୍ସ ଗନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦଜନିତ ସମସ୍ୟା ଥମିବାରେ ନାଁ ଧରୁନି । ଚୀନ ସେନମାନେ ବାର ବାର ଭାରତୀୟ କ୍ଷେତ୍ରକୁ ଅନୁପ୍ରବେଶ କରୁଛନ୍ତି । ସେ ନେଇ ଏବେ ଭାରତ ଚୀନକୁ ମୁହଁତୋଡ ଜବାବ ଦେଇଛି । ଅରୁଣାଚଳ ପ୍ରଦେଶ ଏଲଏସିରେ ବୋଫର୍ସ ଗନ ମୁତୟନ କରିଛି ଭାରତ । ଏମ-୭୭୭ ହ୍ୱାଇଜର୍ ଏବଂ ସ୍ୱିଡିଶ୍ ବନ୍ଧୁକ ବ୍ୟତୀତ ଉଚ୍ଚ ପର୍ବତାଞ୍ଚଳରେ ଭାରତ ପକ୍ଷରୁ ଏଲ-୭୦ ଆଣ୍ଟି ଏୟାରକ୍ରାଫ୍ଟ ବନ୍ଧୁକ ମୁତୟନ କରାଯାଇଛି ।

ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ସେନା କୌଣସି ସମସ୍ୟାର ସାମ୍ନା ହେବା ଉଚିତ ନୁହେଁ । ଭାରତୀୟ ସେନା ପୂର୍ବରୁ ସେକ୍ଟରରେ ବହୁ ସଂଖ୍ୟକ ବୋଫର୍ସ ଏବଂ ହାୱିଜର ବନ୍ଧୁକ ନିୟୋଜିତ କରିସାରିଛି । ତେବେ ସେଗୁଡିକୁ ଭାରତର ଫାୟାର ପାୱାରର ମେରୁଦଣ୍ଡ ବୋଲି କୁହାଯାଏ । କେବଳ ଏତିକି ନୁହେଁ ଚୀନ ସହ ବିବାଦ ପରେ ଭାରତ ତାର ସେନା ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି । ଏଲଏସି ସହିତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ବ୍ୟତୀତ ଅରୁଣାଚଳ ପ୍ରଦେଶର ଅନେକ ପ୍ରମୁଖ ସ୍ଥାନରେ ଆଣ୍ଟି-ଏୟାରକ୍ରାଫ୍ଟ ଗନ ନିୟୋଜିତ କରାଯାଇଛି ।

ଏହାଦ୍ୱାରା ସେନାର ବାୟୁ ପ୍ରତିରକ୍ଷା ପ୍ରାଣାଳୀ ମଜବୁତ ହୋଇଛି । ସେପଟେ ଆର୍ମି ଡିଫେନ୍ସର କ୍ୟପଟେନ ସାରିଆ ଅବ୍ବସି କହିଛନ୍ତି ଯେ, ଏଲ ୭୦ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକର ସମସ୍ତ ପ୍ରକାର ମାନବ ବିହୀନ ଯାନ, ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଆଧୁନିକ ବିମାନକୁ ଟାର୍ଗେଟ କରିପାରିବାର କ୍ଷମତା ରହିଛି । ଅରୁଣାଚଳ ପ୍ରଦେଶରେ ଚୀନ ସୀମାରେ କଡା ନଜର ରଖିଛି । ଚୀନର କିଛି ବି ଚାଲବାଜକୁ କଡା ଜବାବ ଦେବା ପାଇଁ ଭାରତ ପୁରା ପ୍ରସ୍ତୁତ ରହିଛି ।

ତେବେ ପୂର୍ବରୁ ବୋଫର୍ସ ଗନ କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଇଁ ବରଦାନ ପାଲଟିଥିଲା । ଏହି ଗନ ଦ୍ୱାରା କାର୍ଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା । ବୋଫର୍ସ ଗନ ଏପରି ଏକ ଗନ ଯାହା କମ ତାପମାତ୍ରାରେ ମଧ୍ୟ ଭଲ କାର୍ଯ୍ୟକ୍ଷମ ହୋଇଥାଏ । ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଶତୃ ପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି ।ତେବେ ଏହା ଅନ୍ୟ ଗନ ତୁଳନାରେ ହାଲୁକା ହୋଇଥିବାରୁ ଯୁଦ୍ଧ ଭୂମିରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ଅଧିକ ସହଜ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ