Masthead

ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ପରିବାର ସମେତ ଗ୍ରାମବାସୀଙ୍କ ଆକୁଳ ନିବେଦନ

ନିମାପଡା(ବଡ଼ ଖବର ବ୍ୟୁରୋ):  କିଡନୀ ହରାଇଛନ୍ତି ୨୨ ବର୍ଷୀୟ ରୋଜଗାରିଆ ଯୁବକ । ଚିକିତ୍ସା ପାଇଁ ପାଣି ପରି ଖର୍ଚ୍ଚ ହୋଇସାରିଲାଣି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ବି ଆବଶ୍ୟକ ଆହୁରି ୧୫ ଲକ୍ଷ ଟଙ୍କା । ଏ କାହାଣୀ ହେଉଛି ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗା ପାଟଣା ସାହିର ଅଚୁ୍ୟତାନନ୍ଦ ଚିନେରା ଓ ଲକ୍ଷ୍ମୀପ୍ରିୟା ଚିନେରାଙ୍କ ୨୨ ବର୍ଷୀୟ ପୁଅ ରାକେଶ ଚିନେରାଙ୍କର ।
କିଡନୀ ହରାଇଛନ୍ତି ୨୨ ବର୍ଷୀୟ ରୋଜଗାରିଆ ଯୁବକ । ଚିକିତ୍ସା ପାଇଁ ପାଣି ପରି ଖର୍ଚ୍ଚ ହୋଇସାରିଲାଣି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ବି ଆବଶ୍ୟକ ଆହୁରି ୧୫ ଲକ୍ଷ ଟଙ୍କା । ଏ କାହାଣୀ ହେଉଛି ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗା ପାଟଣା ସାହିର ଅଚୁ୍ୟତାନନ୍ଦ ଚିନେରା ଓ ଲକ୍ଷ୍ମୀପ୍ରିୟା ଚିନେରାଙ୍କ ୨୨ ବର୍ଷୀୟ ପୁଅ ରାକେଶ ଚିନେରାଙ୍କର ।ବାପା ମା ଭାବିଥିଲେ ପୁଅ ବଡ଼ ହୋଇ ବାପାମାଙ୍କ ସାହାରା ପାଲଟିବ । ପୁଅ ବଡ଼ ହେଲା । ଚାକିରି କଲା । ବାପା ମାଙ୍କ ଖୁସି କହିଲେ ନସରେ । ହେଲେ ସବୁ କିଛି ଠିକ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଲା ପୁଅ । ଡାକ୍ତର କହିଲେ ପୁଅର ଦୁଇଟି କିଡନୀ ଫେଲ ହୋଇସାରିଛି ।

 

ରାକେଶଙ୍କର ଚିକତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରିବା ପରେ ତାଙ୍କର କିଡ଼ିନି ଖରାପ ଥିବା ଜଣା ପଡିଥିଲା । ବେଳକୁ ବେଳ ଦେହ ଅସୁସ୍ଥ ହେବାରେ ଲାଗିବାରୁ ପରେ ଉନ୍ନତ ଚିକିତ୍ସା ପାଇଁ ଏମ୍ସ , ହାଇଦ୍ରାବାଦ ଓ କିମିସ ମେଡିକାଲ ନେଇଥିଲେ । ଏହା ମଧ୍ୟରେ ରାକେଶର ବାପା ପୁଅ ପିଛାରେ ରଖିଥିବା ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଲକ୍ଷ ଲକ୍ଷ ଟଙ୍କା ବନ୍ଧୁ ବାନ୍ଧବଙ୍କ ଠାରୁ ଉଧାର କରି ସର୍ବସାନ୍ତ ହୋଇଯାଇଥିବା ବେଳେ ଫନିରେ ଘର ଭାଙ୍ଗିଯିବା ପରେ ଜଣେ ସମ୍ପର୍କୀୟଙ୍କ ଘରେ ଅସୁସ୍ଥ ପୁଅକୁ ଧରି ମୁଣ୍ଡ ଗୁଞ୍ଜି ଥିବାବେଳେ ପୁଅ ପାଇଁ କାମଧନ୍ଦା ଛାଡି ଏବେ ଅଚ୍ୟୁତ ଏବେ ଘରେ ।

ରାକେଶଙ୍କୁ କିଡ଼ିନି ଦାନ ପାଇଁ ତାଙ୍କର ଜଣେ ସମ୍ପର୍କୀୟ ରାଜି ହେବା ପରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ମଧ୍ୟ ସରିଛି ହେଲେ କିଡିନୀ ପ୍ରତିରୋପଣ ପାଇଁ ଆବଶ୍ୟକ ୧୫ ଲକ୍ଷ ଟଙ୍କା । ସପ୍ତାହ କୁ ଦୁଇଥର ଡାଏଲସିସ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କାଠିକର ପାଠ ହେଉଥିବା ବେଳେ କିଡିନୀ ପ୍ରତିରୋପଣ ପାଇଁ ଏତେ ଟଙ୍କା ଆସିବ ବା କେଉଁଠୁ ?ରାକେଶର ଚିକିତ୍ସା ଯଥାଶୀଘ୍ର କରାନଗଲେ ସ୍ଥିତି ଆଉ ଆୟତରେ ରହିବ ନାହିଁ ତେଣୁ ସରକାର ତୁରନ୍ତ ସାହାଯ୍ୟ କରିବା ପାଇଁ ଗ୍ରାମବାସୀ ନିବେଦନ କରିଥିବା ବେଳେ ଯୁବ ସମାଜସେବୀ ବିକ୍ରମ ସାମଲ ରାକେଶକୁ କିଛି ଆର୍ଥିକ ସାହାଯ୍ୟ ଦେବା ସହିତ ସାମାଜିକ ଅନୁଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ଓ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍