Masthead

ଆଜି କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅବକାରୀ ନୀତି ଜାଲିଆତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। କେଜରିଓ୍ବାଲ ସାରା ରାତି ଇଡି ଲକଅପରେ ବିତାଇଛନ୍ତି। ଆଜି ସ୍ୱତନ୍ତ୍ର ଚଗଖଇ କୋର୍ଟରେ ତାଙ୍କୁ ହାଜର କରାଯିବ।ଆଜି କେଜ୍ରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହେବ।

ବିଳମ୍ବିତ ରାତିରେ ତତ୍କାଳ ଶୁଣାଣି ପାଇଁ ଗତକାଲି ଆପ୍ ପକ୍ଷରୁ ନିବେଦନ କରାଯାଇଥିଲା। ହେଲେ ସୁପିମ କୋର୍ଟ ଗତ ରାତିରେ ଶୁଣାଣି ପାଇଁ ମନା କରିଥିବା ବେଳେ ଆଜି ଏହାର ଶୁଣାଣି କରିବେ। ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ। ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡି ଟିମ୍ ଗତକାଲି କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା । ଦୁଇ ଘଣ୍ଟା ଧରି ଜେରା କରିଯିବା ପରେ ଇଡି ଟିମ୍‌ ଗତ ରାତିରେ ତାଙ୍କୁ ଗିରଫ କରିଥିଲା। ତେବେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି ଆମ୍ ଆଦମି ପାର୍ଟି। ଯାହାର ଜବାବ ରଖିଛି ବିଜେପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା