Masthead

ଇସ୍ରାଏଲ ସପକ୍ଷରେ ଆଭିମୁଖ୍ୟ ବଦଳାଇବେନି ବାଇଡେନ

ଆମେରିକା(ବଡ଼ ଖବର ବ୍ୟୁରୋ):ଆମେରିକାରେ ତୀବ୍ର ହେଉଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ । ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହାକୁ ନେଇ ଆମେରିକାରେ ତିବ୍ର ହେବାରେ ଲାଗିଛି ଆନ୍ଦୋଳନ । ଇସ୍ରାଏଲକୁ ସହଯୋଗ ଯୋଗାଇ ନଦେବା ଦାବିରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଦାବିକୁ କିନ୍ତୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏପରି ପରିସ୍ଥିତି ହୋଇଛି ଯେ, ବର୍ତ୍ତମାନ ସୁଦ୍ଧା ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଗିରଫ କରାଗଲାଣି । ରିପୋର୍ଟ ଅନୁଯାୟୀ, ଆମେରିକାର ୩୫ଟି ୟୁନିଭରସିଟି କ୍ୟାମ୍ପସରୁ ୨,୦୦୦ ଛାତ୍ରଛାତ୍ରୀଙ୍କୁ ଗିରଫ ହୋଇଛନ୍ତି ।

ଏପ୍ରିଲ ୧୭ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉଛି। ଗତକାଲି ୩୦୦ ଛାତ୍ରଛାତ୍ରୀଙ୍କୁ ଗିରଫ କରିଛି ପୁଲିସ । ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବାର ମୁଖ୍ୟ ମୁଦ୍ଦା ହେଉଛି, ଆମେରିକା ପକ୍ଷରୁ ଇସ୍ରାଏଲକୁ ସମର୍ଥନ କରାନଯାଉ । ଏନେଇ ଛାତ୍ରଛାତ୍ରୀମାନେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ନିଜର ଆଭିମୁଖ୍ୟ ବଦଳାଇବାକୁ ଆହ୍ୱାନ କରିଥିଲେ । କିନ୍ତୁ ବାଇଡେନ ଏହି ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ