Masthead

ଇସ୍ରାଏଲ ସପକ୍ଷରେ ଆଭିମୁଖ୍ୟ ବଦଳାଇବେନି ବାଇଡେନ

ଆମେରିକା(ବଡ଼ ଖବର ବ୍ୟୁରୋ):ଆମେରିକାରେ ତୀବ୍ର ହେଉଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ । ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହାକୁ ନେଇ ଆମେରିକାରେ ତିବ୍ର ହେବାରେ ଲାଗିଛି ଆନ୍ଦୋଳନ । ଇସ୍ରାଏଲକୁ ସହଯୋଗ ଯୋଗାଇ ନଦେବା ଦାବିରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଦାବିକୁ କିନ୍ତୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏପରି ପରିସ୍ଥିତି ହୋଇଛି ଯେ, ବର୍ତ୍ତମାନ ସୁଦ୍ଧା ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଗିରଫ କରାଗଲାଣି । ରିପୋର୍ଟ ଅନୁଯାୟୀ, ଆମେରିକାର ୩୫ଟି ୟୁନିଭରସିଟି କ୍ୟାମ୍ପସରୁ ୨,୦୦୦ ଛାତ୍ରଛାତ୍ରୀଙ୍କୁ ଗିରଫ ହୋଇଛନ୍ତି ।

ଏପ୍ରିଲ ୧୭ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉଛି। ଗତକାଲି ୩୦୦ ଛାତ୍ରଛାତ୍ରୀଙ୍କୁ ଗିରଫ କରିଛି ପୁଲିସ । ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବାର ମୁଖ୍ୟ ମୁଦ୍ଦା ହେଉଛି, ଆମେରିକା ପକ୍ଷରୁ ଇସ୍ରାଏଲକୁ ସମର୍ଥନ କରାନଯାଉ । ଏନେଇ ଛାତ୍ରଛାତ୍ରୀମାନେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ନିଜର ଆଭିମୁଖ୍ୟ ବଦଳାଇବାକୁ ଆହ୍ୱାନ କରିଥିଲେ । କିନ୍ତୁ ବାଇଡେନ ଏହି ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ