Masthead

ବୈଜ୍ଞାନିକ ପାଇଲେ ଦ୍ୱିତୀୟ ପୃଥିବୀର ସନ୍ଧାନ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ବର୍ଷ ଧରି ଭିନ୍ନ ଏକ ପୃଥିବୀ ଖୋଜୁଛନ୍ତି ବିଶ୍ୱର ବଛା ବଛା ବୈଜ୍ଞାନିକ । ଏବେ ମିଳିଯାଇଛି ଦ୍ୱିତୀୟ ପୃଥିବୀ । ସମ୍ଭାବ୍ୟ ବାସ ଉପଯୋଗୀ ଗ୍ରହର ଆବିଷ୍କାରକୁ ନେଇ ବେଶ ଉତ୍ସାହିତ ବୈଜ୍ଞାନିକମାନେ । ଏହି ବୈଜ୍ଞାନିକମାନେ ପୃଥିବୀ ଭଳି ଏକ ଗ୍ରହ ଚିହ୍ନଟ କରିଛନ୍ତି । ପୃଥିବୀ ଠାରୁ ୧୨ ଆଲୋକ ବର୍ଷ ଦୂରରେ ଥିବା ଏକ ନକ୍ଷତ୍ର ଚାରିପାଖରେ ଏହି ଗ୍ରହ ପରିକ୍ରମା କରୁଛି । ଏହି ଗ୍ରହଠାରୁ ଆସୁଥିବା ରେଡିଓ ତରଙ୍ଗକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି । ପୃଥିବୀ ଆକୃତିର ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ର, ଏପରିକି ବାୟୁମଣ୍ଡଳ ଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

ଜୀବଜଗତ ବଞ୍ଚିବା ପାଇଁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ବାୟୁମଣ୍ଡଳକୁ ସୁରକ୍ଷା ଦିଏ । ସୂର୍ଯ୍ୟରୁ ଆସୁଥିବା ଶକ୍ତିଶାଳୀ କଣିକା ଓ ପ୍ଲାଜମାକୁ ଚୁମ୍ବକୀୟ କ୍ଷେତ୍ର ଫେରାଇବେ । ଆମ ସୌରମଣ୍ଡଳ ବାହାରେ ଥିବା ଗ୍ରହ ଗୁଡିକରେ ଏହି ବାୟୁମଣ୍ଡଳ ଖୋଜିବା ଅର୍ଥ ଅନ୍ୟ ବିଶ୍ୱରେ ଜୀବଜଗତକୁ ସମର୍ଥନ କରୁଥିବା କ୍ଷମତାର ଅନ୍ୱେଷଣ । ୱାଇଜେଡ ସେଟ୍ଟି ନାମକ ନକ୍ଷତ୍ରରୁ ଏବଂ ଏହାକୁ ପରିକ୍ରମା କରୁଥିବା ପଥୁରିଆ ଗ୍ରହରୁ ଶକ୍ତିଶାଳୀ ରେଡିଓ ତରଙ୍ଗ ଆସୁଥିବା ବୈଜ୍ଞାନିକମାନେ ଲକ୍ଷ କରିଛନ୍ତି । ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ର ଓ ତାର ନକ୍ଷତ୍ର ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ରେଡିଓ ସଙ୍କେତ ସୃଷ୍ଟି ହେଉଛି ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା