Masthead

କଂଗ୍ରେସ ଛାଡିଲେ ଯୁବନେତା ଇନ୍ଦ୍ରଜିତ ଦାସ

ଯାଜପୁର(ବଡ଼ ଖବର ବ୍ୟୁରୋ): କଂଗ୍ରେସ ଛାଡିଲେ ଟାଣୁଆ ଯୁବନେତା ଇନ୍ଦ୍ରଜିତ ଦାସ । ଯାଜପୁର ଜିଲ୍ଲା ଦଶରଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଛାତ୍ର ଯୁବନେତା ଇନ୍ଦ୍ରଜିତ ଦାସ କଂଗ୍ରସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି । କଂଗ୍ରେସ ଦଳର ଯାଜପୁର ବିଧାନସଭା ଆସନରେ ପାର୍ଥୀ ଚୟନ କୁନେଇ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ଦାସ କଂଗ୍ରେସ ଦଳ ଛାଡିଛନ୍ତି । ଦଳର ରାଜ୍ୟସଭାପତି ଶରତ ପଟ୍ଟନାୟକ ଙ୍କୁ ଇସ୍ତପା ପତ୍ର ପଠାଇ ଥିବା ବେଳେ ଏହାର କପି ସମସ୍ତ ଗଣମାଧ୍ୟମକୁ ପଠାଇଛନ୍ତି ।

ସୂଚନା ଥାଉକି ଶ୍ରୀ ଦାସ ସାଧୁଗୌଦେଶ୍ୱର ମହାବିଦ୍ୟାଳୟର ନିଜର ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଦଶରଥ ପୁର ପଞ୍ଚାୟତର ସରପଞ୍ଚ ରୂପେ କାର୍ଯ୍ୟ ତୁଲାଇ ଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ତରପଦା ପଞ୍ଚାୟତରୁ ସମିତିସଭ୍ୟ ଭାବେ ପ୍ରାର୍ଥୀ
ହୋଇଥିଲେ । ଚଳିତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ସର୍ବପ୍ରଥମେ ବିଧାୟକ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ । ଗତକାଲି କଂଗ୍ରେସର ଯାଜପୁରରେ ବିଧାୟକ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଆଜି କଂଗ୍ରେସ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତପା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ