Masthead

ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବିକଲା ବିଜେପି

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବିକଲା ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ବରଖାସ୍ତ ସହ ଗିରଫଦାରି ପାଇଁ ବିଜେପି ଦାବି କରିଛି। ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ କରିଛି । ସମ୍ପୂର୍ଣ୍ଣ ଘଟଣାକ୍ରମ ବିସ୍ମୟ ସୃଷ୍ଟି କରିଛି । ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଶିକ୍ଷାନୁଷ୍ଠାନରେ ବିଭତ୍ସ କାର୍ଯ୍ୟ  ଓଡିଶାବାସୀଙ୍କୁ ଲଜ୍ଜିତ କରିଛି ।

ପୀଡିତାର ବାପା କହିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିଲା । ଶିକ୍ଷାନୁଷ୍ଠାନର ସଂଚାଳକ ସାମିଲ ଥିଲେ । ମନ୍ତ୍ରୀ ମାନେ ବରାବର ସେଠାକୁ ଯାଉଥିଲେ । ପିଡ଼ୀତାର ବାପାଙ୍କ ଏଫଆଇଆର ରଖୁନଥିଲେ ପୋଲିସ । ପୀଡିତାଙ୍କ ବାପା ବୟାନ ଦେଇଛନ୍ତି । ମନ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ଜାଗାକୁ ଆସୁଥିଲେ । ମମିତା ମେହେରଙ୍କ ମୋବାଇଲ, ପେନଡ୍ରାଇଭ, ଲାପଟପ ପୋଲିସ ସିଜ୍ କରିଛି । ପୀଡିତା ମୋବାଇଲରେ ଅନେକ ସିକ୍ରେଟ ରଖିଥିଲା । ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହୁଛନ୍ତି ସେ କଲେଜ ମୋ ଜୀବନ । ହେଲିକପ୍ଟର ଧରି ୨ ଜଣ ମନ୍ତ୍ରୀ କାହିଁକି କଲେଜରେ ପହଞ୍ଚିଥିଲେ । ମନ୍ତ୍ରୀ ପ୍ରତାପ ଜେନା ରେଭେନ୍ସା କଲେଜ ସହ ମହାଲିଙ୍ଗ କଲେଜକୁ ତୁଳନା କରୁଥିଲେ । ଗୋବିନ୍ଦ ସାହୁଙ୍କୁ ଭୁଇୟଶୀ ପ୍ରଶଂସା କରୁଥିଲେ ମନ୍ତ୍ରୀ । ଏ ସବୁ ପ୍ରଶ୍ନର ଉତ୍ତରକୁ ଓଡିଶାବାସୀ ଅପେକ୍ଷା କରିଛନ୍ତି । ପୀଡିତାଙ୍କ ପେନଡ୍ରାଇଭ, ମୋବାଇଲ ଆଦି ଉଦ୍ଧାର ହୋଇ ସାମ୍ନାକୁ ଆସିବା ଦରକାର ବିଜେପି ଦାବି କରିଛି ।

ସେହିପରି ବିଜେପି ସବୁଠୁ ବଡ଼ ଅଭିଯୋଗ ଏ ଘଟଣାରେ ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦିଆଯାଉଛି । ଏ ଘଟଣାରେ ତଥ୍ୟକୁ ନଷ୍ଟ କରାଯାଉଛି। ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦିଆଯାଉଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅର୍ଥ କଲେଜରେ ଲାଗିଛି । ପାଖାପାଖି ୩୨ ଲକ୍ଷ ଟଙ୍କା ଦିଆଯାଇଛି । ଵ୍ୟକ୍ତିଗତ ଭାବେ ଠିକାଦାର ମାନେ ଚଳିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼