Before Header

ପୁଣି ଥରିଲା ତୁର୍କୀ

0 25

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ । ତୁର୍କୀର ହୟାତ ପ୍ରଦେଶରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଗୋଟିଏ ଭୂମିକମ୍ପର ତୀବ୍ରତା ୬ ଦଶମିକ ୪ ରହିଥିବା ବେଳେ ଅନ୍ୟ ଏକ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ଦଶମିକ ୮ ମପାଯାଇଛି । ସିରିଆ ଓ ଲେବାନନରେ ମଧ୍ୟ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ୩ ଜଣଙ୍କ ମୃତ୍ୟୁ ହୋଇଥିଲା ୨୦୦ ଆହତ ହୋଇଛନ୍ତି । କିଛି ଘର ମଧ୍ୟ ଭୁଷୁଡ଼ିପଡ଼ିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.