୩୬୫ ଦିନ କାମ, ୧୪୦ ଦିନର ମଜୁରି

କେସିଙ୍ଗା (ବଡ଼ ଖବର ବ୍ୟୁରୋ): ସରକାର ସବୁବେଳେ ବାହାସ୍ପଟ ମାରୁଛନ୍ତି, ଯେତିକି କାମକୁ ସେତିକି ମଜୁରି । ମାତ୍ର କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୦୬ରୁ ଦୀର୍ଘ ୧୪ ବର୍ଷ ହେବ କେସିଙ୍ଗା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗେଶ୍ୱର ସାହୁ କାମ କରିଆସୁଛନ୍ତି । ରାତ୍ର ଜଗୁଆଳି ଭାବେ ନିଯୁକ୍ତି ପାଇଥିଲେ ସୁଦ୍ଧା ଯୋଗେଶ୍ୱର ଦିନରେ ମଧ୍ୟ ଅଫିସ୍ କାମ କରୁଛନ୍ତି । ପୂର୍ବରୁ ଦିନକୁ ୫୫ ଟଙ୍କା ମଜୁରି ମିଳୁଥିଲା । ଏବେ ଏହା ୨୯୮ଟଙ୍କାରେ ପହଞ୍ôଚଛି । ୩୬୫ ଦିନ କାମ କରୁଥିଲେ ସୁଦ୍ଧା ୧୪୦ଦିନର ମଜୁରି ମିଳୁଥିବା ଯୋଗେଶ୍ୱର ଅଭିଯୋଗ କରିଛନ୍ତି । ପୂର୍ବରୁ ସପ୍ତାହରେ ୬ଦିନର ମଜୁରି ମିଳୁଥିଲେ, ଏବେ ମିଳୁଛି ମାତ୍ର ୫ଦିନର ।

ଦୀର୍ଘ ୧୪ ବର୍ଷ ହେବ କାମ କରୁଥିଲେ ସୁଦ୍ଧା ତାଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି କରାଯାଇନାହିଁ । ଏନେଇ ପୂର୍ବତନ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଓ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ଯୋଗେଶ୍ୱର ଦୁଃଖ ଜଣାଇଥିଲେ । ମାତ୍ର ସୁଫଳ ଶୂନ । ନିକଟରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ପରେ ସେ ଜିଲ୍ଲା କୃଷି ନିର୍ଦ୍ଦେଶକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ଶେଷରେ ନିରାଶ ହୋଇ ଆଉ କାହାକୁ କହିବେ ନାହିଁ ବୋଲି କହିଛନ୍ତି ଯୋଗେଶ୍ୱର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’