Masthead

୩୬୫ ଦିନ କାମ, ୧୪୦ ଦିନର ମଜୁରି

କେସିଙ୍ଗା (ବଡ଼ ଖବର ବ୍ୟୁରୋ): ସରକାର ସବୁବେଳେ ବାହାସ୍ପଟ ମାରୁଛନ୍ତି, ଯେତିକି କାମକୁ ସେତିକି ମଜୁରି । ମାତ୍ର କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୦୬ରୁ ଦୀର୍ଘ ୧୪ ବର୍ଷ ହେବ କେସିଙ୍ଗା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗେଶ୍ୱର ସାହୁ କାମ କରିଆସୁଛନ୍ତି । ରାତ୍ର ଜଗୁଆଳି ଭାବେ ନିଯୁକ୍ତି ପାଇଥିଲେ ସୁଦ୍ଧା ଯୋଗେଶ୍ୱର ଦିନରେ ମଧ୍ୟ ଅଫିସ୍ କାମ କରୁଛନ୍ତି । ପୂର୍ବରୁ ଦିନକୁ ୫୫ ଟଙ୍କା ମଜୁରି ମିଳୁଥିଲା । ଏବେ ଏହା ୨୯୮ଟଙ୍କାରେ ପହଞ୍ôଚଛି । ୩୬୫ ଦିନ କାମ କରୁଥିଲେ ସୁଦ୍ଧା ୧୪୦ଦିନର ମଜୁରି ମିଳୁଥିବା ଯୋଗେଶ୍ୱର ଅଭିଯୋଗ କରିଛନ୍ତି । ପୂର୍ବରୁ ସପ୍ତାହରେ ୬ଦିନର ମଜୁରି ମିଳୁଥିଲେ, ଏବେ ମିଳୁଛି ମାତ୍ର ୫ଦିନର ।

ଦୀର୍ଘ ୧୪ ବର୍ଷ ହେବ କାମ କରୁଥିଲେ ସୁଦ୍ଧା ତାଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି କରାଯାଇନାହିଁ । ଏନେଇ ପୂର୍ବତନ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଓ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ଯୋଗେଶ୍ୱର ଦୁଃଖ ଜଣାଇଥିଲେ । ମାତ୍ର ସୁଫଳ ଶୂନ । ନିକଟରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ପରେ ସେ ଜିଲ୍ଲା କୃଷି ନିର୍ଦ୍ଦେଶକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ଶେଷରେ ନିରାଶ ହୋଇ ଆଉ କାହାକୁ କହିବେ ନାହିଁ ବୋଲି କହିଛନ୍ତି ଯୋଗେଶ୍ୱର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା