Masthead

ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କଲେ ଡାକ୍ତର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କଲେ ଡାକ୍ତର। ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତର ନିଜର ସହଯୋଗୀଙ୍କୁ ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କରିଥିବା ଅଭିହୋଗ ହୋଇଛି। ପୀଡିତା ଜଣକ ପୋଲିସରେ ଏ ନେଇ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଦକ୍ଷିଣ ଦିଲ୍ଲୀର ହୋଜ ଥାନା ଅଞ୍ଚଳରେ ରହୁଥିବା ଏମ୍ସର ଜଣେ ବରିଷ୍ଠ ଡାକ୍ତର ଅକ୍ଟୋବର ୧୦ ତାରିଖରେ ନିଜ ଘରେ ଏକ ଭୋଜିର ଆୟୋଜନ କରିଥିଲେ।  ନିଜର ଜଣେ ମହିଳା ସହଯୋଗୀଙ୍କୁ ଡକାଇଥିଲେ। ଭୋଜିକୁ ନିମନ୍ତଣ କରିଥିଲେ। ତେବେ ମହିଳା ଜଣକ ଆସିବା ପରେ ଏକୁଟିଆ ସୁଯୋଗ ନେଇ ମହିଳାଙ୍କ ସହିତ ଜୋରଜବରଦସ୍ତି ଡାକ୍ତର ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ପ‌ରେ ଘଟଣା ସମ୍ପର୍କରେ କାହାକୁ ନକହିବାକୁ ତାଗିଦ କରିଥିଲେ। ଯଦି କାହାକୁ କିଛି ଜଣାନ୍ତି ତାଙ୍କୁ ଚାକିରିରୁ ବହିଷ୍କା କରିଦେବାକୁ ଧମକ ଦେଇଥିଲେ। କିନ୍ତୁ ମହିଳା ଜଣକ ଡାକ୍ତରଙ୍କ ଧମକକୁ ଭୟ ନକରି ଥାନାରେ ଯାଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ