Masthead

ଡେରାସକୁ ଆସି ନିରାଶ ହେଲେ ପର୍ଯ୍ୟଟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଡେରାସକୁ ବୁଲିବାକୁ ଆସି ବୁଲିନପାରି ନିରାଶହୋଇ ଫେରିଗଲେ ପର୍ଯ୍ୟଟକ ।ମୁଖ୍ୟ ଫାଟକ ଆଗରେ ଭଗବତୀପୁର ଆଦିବାସୀ ମହିଳାଙ୍କ ଧାରଣା ଯୋଗୁ ଆଜି ବନ୍ଧଥିଲା ଡ୍ୟାମ । ଜଙ୍ଗଲ ଜମିରେ ଦୋକାନ ଦେଇ ରାକେଶ ସାହୁ ନାମକ ଏକ ଯୁବକ ଦୀର୍ଘଦିନ ଧରି ପର୍ଯ୍ୟଟକ ମାନଙ୍କୁ ଲୁଟୁଥିଲେ । ଏ ସଂକ୍ରାନ୍ତରେ ରାକେଶ ନାମରେ ବହୁବାର ଚନ୍ଦକା ଥାନାରେ ମାମଲା ରୁଜୁ ହୋଇଛି ।ଉକ୍ତ ଅଞ୍ଚଳର ରକ୍ଷଣା ବେକ୍ଷଣ ପାଇଁ କଣ୍ଟାବାଡ ଭଗବତୀପୁର ଆଦିବାସୀ ସାହିକୁ ଚନ୍ଦକା ବନବିଭାଗ ହସ୍ତାନ୍ତର କରିଥିଲା ।ଅସାଧୁ ଦୋକାନୀଙ୍କ ଦାଦାଗିରି । ଅନେକ ସମୟରେ ଉଚିତ ମୂଲ୍ୟଠୁ ଚଢାଦାମରେ ସାମଗ୍ରୀ ବିକ୍ରୀ କରିବା ସହିତ ବିସୃଙ୍ଖଳାରେ ଲିପ୍ତ ରହୁଛନ୍ତି ।ଯାହାଫଳରେ ଦିନକୁ ଦିନ ପର୍ଯ୍ୟଟକ ଡେରାସରୁ ମୁହଁ ଫେରଉଛନ୍ତି ଓ ଡେରାସ ଇକୋ ଟୁରିଜିମ ବଦନାମ ମଧ୍ୟ ହେଉଛି । ଦୋକାନର ଏଗ୍ରିମେଣ୍ଟ ବୈଧତା ସରିଯାଇଥିଲେ ମଧ୍ୟ ବଳ ପୂର୍ବକ ଜାଗା ମାଡିବସିଛନ୍ତି ଦୋକାନୀ । ଏହାକୁ ବିରୋଧକରି ଶହଶହ ଆଦିବାସୀ ଆଜି ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ଜଟଣୀ ବିଧାୟକ ସୁର ରାଉତରାୟ ପହଞ୍ଚି ଧାରଣାରେ ଯୋଗଦେଇଥିଲେ । ଆଦିବାସୀଙ୍କୁ ନ୍ୟାୟ ଦାବିରେ ଚନ୍ଦକା ରେଞ୍ଜର ଘଟଣା ସ୍ଥଳକୁ ଆସି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକଙ୍କୁ ବୁଝାସୁଝା କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ