ଧାନଫସଲରେ ପୋକ ,ଚିନ୍ତାରେ ଚାଷୀ

କର୍ଲାମୁଣ୍ଡା(ବଡ଼ ଖବର ବ୍ୟୁରୋ) : ବର୍ତ୍ତମାନ ଧନଗଛ ଗର୍ଭଣୀ ହେବାର ସମୟ । ମାତ୍ର ବିଭିନ୍ନ କିସମର ରୋଗପୋକ ପ୍ରାଦୁର୍ଭାବ ବଢି଼ ଚାଲିଛି । ମାଟିଆଗୁଣ୍ଡି, ଚକଡ଼ାପୋକ, ଗଣ୍ଠିପୋକ ଧାନଗଛଗୁଡ଼ିକୁ ନଷ୍ଟ କରିଦେବାର ଆଶଙ୍କା ରହିଛି । ଏ ପ୍ରତିକାର ପାଇଁ ଔଷଧ ସିଞ୍ଚନ କଲେ ମଧ୍ୟ କାମ ଦେଉନାହିଁ । ହଜାରେ ଏକର ସ୍ଵର୍ଣ୍ଣ, ଯମୁନା ଆଦି ଧାନଗଛରୁ କେଣ୍ଡା ବାହାରୁଛି । ବଡ଼ଧାନରୁ ମଧ୍ୟ ଖୁବ୍ କମଦିନ ମଧ୍ୟରେ କେଣ୍ଡା ବାହାରିବ । ଏପରିସ୍ଥଳେ ରୋଗପୋକ ବୃଦ୍ଧି ହେଲେ ଧାନ ଅମଳ ପ୍ରଭାବିତ ହେବ ବୋଲି ଚାଷୀମାନେ କହୁଛନ୍ତି ।
କର୍ଲାମୁଣ୍ଡା ବ୍ଲକରେ ଦୁଇଟି ସହକାରୀ କୃଷି ଅଧିକାରୀ ପଦବୀ ଥିବାବେଳେ କର୍ଲାମୁଣ୍ଡା ଓ ରିଷିଡ଼ା ପାଇଁ ପଦବୀ ସୃଷ୍ଟି ହୋଇଛି । ତେବେ ପୂର୍ବରୁ ରିଷିଡ଼ା ପାଇଁ ନିଯୁକ୍ତ ସହକାରୀ କୃଷି ଅଧିକାରୀ କର୍ଲାମୁଣ୍ଡାରେ ହିଁ ରହିଆସୁଛନ୍ତି । ଏନେଇ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । ଫଳରେ ସ୍ଥାନୀୟ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁ୍ଖୀନ ହେଉଛନ୍ତି । ପୁଣି କର୍ଲାମୁଣ୍ଡା ସହକାରୀ କୃଷି ଅଧିକାରୀ ପଦବୀ ଖାଲିଥିବା ବେଳେ ରିଷିଡ଼ା ସହକାରୀ କୃଷି ଅଧିକାରୀ ସେଠାରେ ରହି ଅଫିସ ଦାୟିତ୍ଵ ବୁଝୁଛନ୍ତି । ତେଣୁ ରିଷିଡ଼ାରେ ସହକାରୀ କୃଷି ଅଧିକାରୀ ପଦବୀ ପୂରଣ ପାଇଁ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!