Masthead

କାଲିଠୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ

ପୁରୀ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ୯ ମାସ ପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ । ୩ଦିନ ଧରି ସେବାୟତ ମାନଙ୍କ ପାଇଁ ଚାଲିଥିବା ଦର୍ଶନ ଆଜି ଶେଷ ହୋଇଛି । ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ୭ଟି ୱାର୍ଡ଼ର ସ୍ଥାନୀୟ ବାସୀନ୍ଦାଙ୍କୁ ଅନୁମତି ମିଳିଛି । କୋଭିଡ କଟକଣାରୁ ଆଖିଆଗରେ ରଖି ସ୍ୱତନ୍ତ୍ର ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ ।

ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ଏଥିପାଇଁ ଜାରି କରାଯାଇଛି ୱାର୍ଡ଼ୱାରୀ ବ୍ୟବସ୍ଥା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦର୍ଶନ ପାଇଁ ପ୍ରତ୍ୟକ ଦିନ କିଛି କିଛି ୱାର୍ଡ଼ ବାସିନ୍ଦାଙ୍କୁ ମିଳିବ ଦର୍ଶନ ଅନୁମତି । ଆସନ୍ତାକାଲି ୭ଟି ୱାର୍ଡ଼ ବାସୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୨,୩, ୬, ୯,୧୧, ୧୨,ଏବଂ ୧୫ ନମ୍ବର ୱାର୍ଡ଼ର ବାସିନ୍ଦା ଆସନ୍ତାକାଲି ଦର୍ଶନ କରିବେ । ଏଥିପାଇଁ ସବୁ ୱାର୍ଡ଼ ବାସିଙ୍କୁ ପୌରପାଳିକା ପକ୍ଷରୁ ଟୋକନ ଦିଆଯାଇଛି । ସମସ୍ତ ଭକ୍ତ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ରେ ଆସି ସାନିଟାଇଜ କରିବା ପରେ ଦର୍ଶନ କରିବାର ସୂଯୋଗ ପାଇବେ । ଦୀର୍ଘ ୯ ମାସ ପରେ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୂଯୋଗ ପାଉଥିବାରୁ ସମସ୍ତେ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ଏସଓପିକୁ କାର୍ଯ୍ୟକାରୀ କରିବା ପାଇଁ ଏବଂ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ରାଂଚଳ ଡିଆଇଜି, ଏସପି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଭକ୍ତ ମାନେ ବ୍ୟାରିକେଡ଼ରେ କିଭଳି ସାମାଜିକ ଦୁରତା ରକ୍ଷା କରିବେ, ସେମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପୁରୀ ପୋଲିସ ଦ୍ୱାରା ଏକ ମକଡ଼୍ରିଲ ମଧ୍ୟ କରାଯାଇଛି । ଏସମସ୍ତ ବ୍ୟବସ୍ଥାର ତଦାରଖ କରିବା ପାଇଁ ସମୁଦାୟ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ