Masthead

ନିଶା ପାଇଁ ବଢୁଛି ଚୋରି , ଚୁପ୍ ବସିଛି ପୋଲିସ !

ବଡ଼ ଖବର ବ୍ୟୁରୋ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ମଧୁପୁର, ଜଇନାବାଜ, କୁଣ୍ଡେଶ୍ୱର ଓ ଶଠଳପୁର ଗ୍ରାମରେ ଦିନକୁ ଦିନ ବ୍ୟାପକ ମାତ୍ରାରେ ଚୋରା ମଦ ବ୍ଯବସାୟ, ଗଞ୍ଜେଇ ଓ ବ୍ରାଉନ ସୁଗାରର ବ୍ୟାପାର ଜୋର୍ ସୋର୍ ରେ ଚାଲୁଅଛି। ଯେଉଁ ନିଶା କବଳରେ ମୁଖ୍ୟତଃ ଯୁବପିଢି ମାନଙ୍କର ବହୁଳ ମାତ୍ରାରେ ସମ୍ପୃକ୍ତି ଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଉକ୍ତ ପଞ୍ଚାୟତଟିରେ ଥିବା ଏହି ଚାରିଗୋଟି ଗାଁରେ ଦିନକୁ ଦିନ ବ୍ୟାପକ ମାତ୍ରାରେ ଚୋରି ବଢ଼ି ଚାଲିଛି। ଚୋରିର ମୁଖ୍ୟ କାରଣ ହେଉଛି କେବଳ ନିଶା ସେବନ। ଆଗରୁ ମଧ୍ଯ ଏହି ଗ୍ରାମ ମାନଙ୍କରରେ ବ୍ୟାପକ ଭାବେ ପାଣି ମଟର ଚୋରି କରାଯାଉଥିଲା ଯାହାକି ସ୍ଥାନୀୟ ଗ୍ରାମବାସୀ ପାଇଁ ଚିନ୍ତାର କାରଣ ପାଲଟିଥିଲା ଗ୍ରାମବାସୀ ମାନେ ଚୋରକୁ ଧରି ଥାନାରେ ଦେଇଥିଲେ କିନ୍ତୁ ଦୁଃଖର ବିଷୟ ଥାନା ପକ୍ଷରୁ ଅଧିକ ତଦନ୍ତ କରାନଯାଇ କେସକୁ ଚାପି ଦିଆଯାଇଥିବା ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି ଏବଂ ଏହି ଅଞ୍ଚଳ ମାନଙ୍କରେ ହେଉଥିବା ଚୋରା ନିଶା କାରବାର ପଛରେ ନାଉଗାଁ ଥାନାର ଜୈନିକ ଅଧିକାରୀଙ୍କ ଇଙ୍ଗିତରେ ଏହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହାୟତାରେ ନିଶା କାରବାରକୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ସହିତ ଉକ୍ତ ବ୍ୟକ୍ତିଙ୍କ ଜରିଆରେ ମାସିକିଆ ଅର୍ଥବି ବାବୁଙ୍କ ପକେଟକୁ ଆସୁଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
ଯାହାର ପରିଣାମ ସରଳ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି।ତାହାର ଏକ ନମୂନା ଗତକାଲି ବିଳମ୍ବିତ ରାତିରେ କୁଣ୍ଡେସ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କାଏଲାଇଟ ଭାଙ୍ଗି ସ୍କୁଲ ଘର ଭିତରେ ପଶି ପିଲାଙ୍କ ପାଇଁ ଥିବା ମଧ୍ୟାହ୍ନ ଭୋଜନ ଚାଉଳ, କାନ୍ଥଘଣ୍ଟା, ସିଲିଂ ଫ୍ଯାନ୍, ପିଲାଙ୍କ ବସିବା ପାଇଁ ଦରି, ପ୍ରେସରକୁକର ସହିତ ପିଲାଙ୍କର କିଛ଼ି ପଢ଼ାବହି ଚୋରିକରି ନେଇଥିବା ପ୍ରଧାନଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ପ୍ରତି ଓ ଉକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି