Masthead

ରାସ୍ତା ନାହିଁ ତ ଭୋଟ୍ ନାହିଁ

ବନ୍ତ (ବଡ଼ ଖବର ବ୍ୟୁରୋ): ରାସ୍ତା ନାହିଁ ତ ଭୋଟ୍ ନାହିଁ । ବାରମ୍ବାର ଅଭିଯୋଗ କରି ଶେଷରେ ଏପରି ଚରମ ନିଷ୍ପତ୍ତି ଶୁଣାଇଛନ୍ତି ଗ୍ରାମବାସୀ । ବନ୍ତ ବ୍ଲକ ପଧାନପଡ଼ା ପଞ୍ଚାୟତ ୧୦ ନଂ ୱାର୍ଡ ପୋଖରୀଆଡି ସାହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ଯୋଗୁଁ ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗ୍ରାମର ଅଙ୍ଗନଓ୍ୱାଡ଼ି କେନ୍ଦ୍ର ସମ୍ମୁଖରେ ପାଣି ଜମି ରହିଥିବା ଯୋଗୁଁ ଛୋଟ ଛୋଟ ପିଲାମାନେ ଅଙ୍ଗନୱାଡ଼ି ଯିବାକୁ ଅରାଜି ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ପଧାନପଡା ପଞ୍ଚାୟତ ୧୦ ନଂ ୱାର୍ଡ ପୋଖରୀଆଡି ସାହିର ଏହି ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଏଫ୍ଡିଆର ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ୧ଲକ୍ଷ ୫୦ ହଜାର ଟଙ୍କାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଅର୍ଥ ଅଭାବ ପଡିବା ଯୋଗୁଁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିଲା ।

ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଲଗାଣ ବର୍ଷାରେ ବର୍ଷା ଜଳ ଏହି କଚ୍ଚା ରାସ୍ତା ଉପରେ ଜମି ରହିଛି । ଫଳରେ ଗ୍ରାମବାସୀ ଯାତାୟତର ଘୋର୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ଷା ଦିନ ହେବା ପୂର୍ବରୁ ଏହି ଅସଂମ୍ପୂର୍ଣ୍ଣ ରାସ୍ତାକୁ ନିର୍ମାଣ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ