ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଥମୁନି ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ । ରାଜ୍ୟପାଳ ସିବି ଆନନ୍ଦ ବୋଷ ଖୋଦ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମାନ ହାନୀ କରିଥିବା ନେଇ ସେ କୋର୍ଟରେ ଏକ ମକଦ୍ଦମା କରିଛନ୍ତି । ଶୁକ୍ରବାର କୋଲକତା ହାଇକୋର୍ଟରେ ଏନେଇ ସେ ପିଟିସନ୍ ଦାଖଲ କରିଛନ୍ତି । ଯାହାକି ମମତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟପାଳଙ୍କ ବାସଭବନ ମହିଳାଙ୍କ ପାଇଁ ବିପଦ । ମହିଳାମାନେ ଆସି ଏଭଳି ଅଭିଯୋଗ କରୁଛନ୍ତି ।’ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁଥିପାଇଁ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ ରହିଛି । ଏହି ବୟାନକୁ ବିରୋଧ କରି ଏବେ ରାଜ୍ୟପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ୟ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।