ବି,୧.୬୧୭ଭୂତାଣୁ ଭାରତରେ ଆତଙ୍କ ଖେଳାଉଛି

(ବଡ଼ ଖବର ବ୍ୟୁରୋ): ଅଦୃଶ୍ୟ ଭୂତାଣୁ କରୋନା ତା’ର ରୂପ ବଦଳାଇବାରେ ଲାଗିଛି । ଏହି ନୂତନ ଷ୍ଟ୍ରେନର ସଂକ୍ରମଣ କ୍ଷମତା ଢେର ଅଧିକ । କରୋନାର ଦ୍ୱିତୀୟ ଲହର ଭାରତରେ ଅତି ଦ୍ରୁତଗତିରେ ବ୍ୟାପୁଥିବାରୁ ଏହି ନୂତନ ଷ୍ଟ୍ରେନ ଦାୟୀ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଭାରତ ସହିତ ଆଉ କିଛି ଦେଶର କରୋନା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ କରୋନା ବିପର୍ଯ୍ୟୟ ଲାଗିରହିଥିବା ବେଳେ ତୃତୀୟ ଲହରକୁ ନେଇ ସରକାର ଓ ଦେଶବାସୀ ଆତଙ୍କିତ ହୋଇପଡିଲେଣି ।

ଏଭଳି ସ୍ଥିତିରେ ହୁର ମୁଖ୍ୟ ବୈଜ୍ଞାନିକମାନେ କହିଛନ୍ତି, ଭାରତରେ କରୋନାର ବି,୧.୬୧୭ ଭୂତାଣୁ ଖାଲି ଭରତର ନୁହେଁ, ସମଗ୍ର ବିଶ୍ୱର ଚିନ୍ତା ବଢାଇଦେଇଛି । ଏହି ଭୂତାଣୁ ଦ୍ରୁତଗତିରେ ପ୍ରସାରିତ ହୁଏ । ଯଥାଶୀଘ୍ର ଏହାର ବଂଶ ବିସ୍ତାର ମଧ୍ୟ ହୋଇଥାଏ । ବି,୧.୬୧୭ ଭୂତାଣୁ ୨୦୨୦ରେ ଚିହ୍ନଟ ହୋଇଥିଲା । ହୁର ମୁଖ୍ୟ ବୈଜ୍ଞାନିକ ସୋମିଆ ସ୍ୱାମୀନାଥନ୍ କହିଛନ୍ତି, କରୋନା ଓ କରୋନା ଟିକା ସମ୍ପର୍କରେ ଭାରତରେ ଅଧ୍ୟୟନ କରାଯାଇନାହିଁ । ଏବେ ଭାରତ ଓ ଅନ୍ୟାନ୍ୟ ଦେଶରେ କରୋନାର ସ୍ଥିତି ଓ ଟିକାର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରାଯାଉଛି । ଖୁବଶୀଘ୍ର ତଥ୍ୟ ପ୍ରକାଶ ପାଇବ ।

ହୁ ସହ ଯଡିତ ଡା.ମାରିଆ କେରଖୋଭେ କହିଛନ୍ତି ଭାରତରେ ଦେଖାଦେଇଥିବା ବି.୧.୬୧୭ ଭୂତାଣୁ ସମ୍ପର୍କରେ ଅନୁଧ୍ୟାନ ପାଇଁ ହୁ ଆଗ୍ରହ ପ୍ରକାଶ କରିଛି । ହୁର ସର୍ଭେ ଅନୁସାରେ ଏହି ଭୂତାଣୁ ଭାରତ ସମେତ ଆଉ କିଛି ଦେଶରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ଭାରତରେ ଆତଙ୍କ ଖେଳାଇଦେଇଛି । ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ