Masthead

ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍‌୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ପାଦେ ଆଗେଇଲା ଆଦିତ୍ୟ ଏଲ-୧ ମିଶନ । ପୃଥିବୀ ପ୍ରଭାବ କ୍ଷେତ୍ରରୁ ବାହାରକୁ ଗଲା ଆଦିତ୍ୟ ଏଲ-୧ ମିଶନ । ଏକାଧିକ ଥର ପୃଥିବୀର କକ୍ଷପଥ ପରିକ୍ରମା କରିବା ପରେ ଏହା ୯.୨ କିମି ଅତିକ୍ରମ କରିସାରିଛି । ଏନେଇ ଶନିବାର ଭାରତର ସୂର୍ୟ୍ୟ ମିଶନ ବିଷୟରେ ଇସ୍ରୋ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍‌୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି।

ଆଦିତ୍ୟ- ଏଲ୍‌୧ ମହାକାଶଯାନ କ୍ରମାଗତ ଭାବରେ ଏହାର ନୂତନ ଘର ଲାଗ୍ରେଞ୍ଜ ପଏଣ୍ଟ ଆଡକୁ ଗତି କରୁଛି।ଏହା ହେଉଛି ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନ୍ୟ ଏକ ସଫଳତା । ଦ୍ୱିତୀୟ ଥର ପାଇଁ ଇସ୍ରୋ ଦ୍ୱାରା ପ୍ରେରିତ କୌଣସି ଉପଗ୍ରହ ବା ମହାକାଶ ଯାନ ପୃଥିବରୀ ପ୍ରଭାବ କ୍ଷତ୍ରକୁ ଅତିକ୍ରମ କରିବାରେ ସଫଳ ହୋଇଛି । ପ୍ରଥମ ସଫଳତା ଭାବେ ମଙ୍ଗଳ କକ୍ଷପଥରେ ଅବସ୍ଥାପିତ ହେବା ପାଇଁ ପ୍ରେରିତ ଉପଗ୍ରହ ପୃଥିବୀର ପ୍ରଭାବ କ୍ଷେତ୍ରକୁ ଅତିକ୍ରମ କରିବାରେ ସଫଳ ହୋଇଥିଲା । ଏବେ କ୍ରମରେ ଆଦିତ୍ୟ ଏଲ-୧ ଯୋଡି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ