Masthead

ତେଲେଙ୍ଗାନାରେ ଇ-ଭୋଟିଂ ଜରିଆରେ ଭୋଟ ଦେବେ ଭୋଟର

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ) ଏଣିକି ମୋବାଇଲ ଫୋନରେ ବି ଦେଇହବ ଭୋଟ । ଦୂରରେ ଥାଇ ମଧ୍ୟ ପ୍ରାର୍ଥୀ ଭୋଟ ଦେଇପାରିବେ । ତେଲେଙ୍ଗାନାରେ ଆଗକୁ ହେବାକୁ ଥିବା ନିର୍ବାଚନରେ ସରକାର ଏକ ବଡ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏଥର ନିର୍ବାଚନରେ ସ୍ମାଟଫୋନ ଜରିଆରେ ଇ-ଭୋଟିଂ ବ୍ୟବସ୍ଥା କରିଛନ୍ତି ତେଲେଙ୍ଗାନା ସରକାର । ଫୋନରେ ଏକ ସିଷ୍ଟମ ଡାଉନଲୋଡ କରି ଭୋଟରମାନଙ୍କୁ ମୋବାଇଲ ଫୋନ ମାଧ୍ୟମରେ ଭୋଟ ଦେବାକୁ ଅନୁମତି ଦିଆଯିବ ।

ତେବେ ଏହି ଆବଦେନକୁ ପରୀକ୍ଷା କରିବା ପାଇଁ ୨୦ ଅକ୍ଟୋବରରେ ଖମାମ ଜିଲ୍ଲାରେ ଏକ ଡମି ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟର ୮ ରୁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଏହି ଆପରେ ଆବେଦନ କରି ଏଥିରେ ଅଂଶଗ୍ରହଣ କରିପାରିବେ । ଏହି ଇ-ଭୋଟିଂ ସିଷ୍ଟମ ପଦକ୍ଷେପ ତେଲେଙ୍ଗାନା ନିର୍ବାଚନ ଆୟୋଗ ଦ୍ୱାରା ନିଆଯାଇଛି ଏବଂ ରାଜ୍ୟର ଆଇଟି ଇଲେକଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ସହଯୋଗରେ ଉନ୍ନତି ଗଣନା କେନ୍ଦ୍ରର ବୈଷୟିକ ବିକାଶ ସହିତ ଏହାକୁ କାର୍ଯ୍ୟକାରୀ କରାଯାଇଛି ।

ଏହାକୁ ପ୍ରଥମେ ତେଲେଙ୍ଗାନା ସରକାର କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି । ତେବେ ଏହି ଆପ ଦ୍ୱାରା ସଂଗୃହିତ ତଥ୍ୟକୁ ଅତିରିକ୍ତ ସୁରକ୍ଷା ବିଚାର ଭାବରେ ରାଜ୍ୟ ତଥ୍ୟ କେନ୍ଦ୍ରରେ ରଖାଯିବ । ରାଜ୍ୟ ନିର୍ବାଚନ କମିଶନର ସି ପ୍ରାର୍ଥ ସାରଥୀଙ୍କ ଅନୁଯାୟୀ, ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ୍ୟ । ଏବେ ଯଦି ଏହି ଇ-ଭୋଟିଂ ପ୍ରକ୍ରିୟା ଆରମ୍ଭ ହୁଏ ତେବେ ଭୋଟରମାନେ ସହଜରେ ନିଜର ମତଦାନ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା