Masthead

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ । ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନରେ ହେଉଛି କାମ । ନିକଟରେ ବିଡ଼ିଓମାନଙ୍କ ସମ୍ମୀଳନୀରେ ଏନଆରଜିଏସରେ ମେସିନରେ ମାଟି ଖୋଳା ଯିବାର ଅଭିଯୋଗ ଆସୁଥିବାର ପ୍ରସଙ୍ଗ ଉଠାଇବା ସହ ବିଡ଼ିଓମାନଙ୍କୁ ତାଗିଦ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ମେସିନରେ ଚାଲିଛି ମାଟିଖୋଳା। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସଦର ବ୍ଲକ ସାର୍ଥା ପଞ୍ଚାୟତରେ।

ସାର୍ଥା ପଞ୍ଚାୟତର ଲୁଣା ପୋଖରୀ ଓ ଖେଜୁର ପୋଖରୀ ପୁନଃ ଉଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ହେଉଥିବା ବେଳେ ଲୋକଙ୍କ ବଦଳରେ ମେସିନ୍ ଲଗାଇ ମାଟି ଖୋଳା ଯାଉଛି। କିନ୍ତୁ ଶ୍ରମିକମାନେ କାମ ଧନ୍ଦା ନପାଇ ଘରେ ବସିଛନ୍ତି । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜବକାର୍ଡ ଧାରୀଙ୍କୁ ବର୍ଷରେ ଶହେ ଦିନର କାମ ଦେବାର ଆଇନ୍ ଥିବାବେଳେ କିଛି ଅସାଧୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏହାକୁ ଉଲ୍ଲଘଂନ କରିବା ସହ ଲୋକ ବଦଳରେ ମେସିନ୍ ଦ୍ୱାରା କାମ କରାଉଛନ୍ତି।

ଦୈନିକ ମଜୁରୀ ଉଲ୍ଲେଖ ଥିବାବେଳେ କିନ୍ତୁ ମଜୁରୀ ବଦଳରେ ମେସିନ୍ କରୁଛି କାମ । ତେବେ ସବୁଠାରୁ ବିଡ଼ମ୍ବନାର କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶକୁ ମଧ୍ୟ ଅମାନ୍ୟ କରିଛନ୍ତି ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ସେପଟେ ସାର୍ଥା ସରପଞ୍ଚଙ୍କୁ ଏବାବଦରେ ଯୋଗାଯୋଗ କରିଥିଲା ବେଳେ ସେ ମେସିନ୍ ରେ ଖୋଳାଯିବାର ଜାଣି ନାହାନ୍ତି ତଥା ଏପରି ହେବାକଥା ନୁହେଁ ବୋଲି ସ୍ବୀକାର କରିଛନ୍ତି। ଅନ୍ୟପଟେ କାମପାଇଁ ଆଶାଇ ଥିବା ଜବକାର୍ଡ ଧାରୀ କାମନପାଇ ଅସନ୍ତୋଷ ପ୍ରକାଶ କରିବା ସହ ଘରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ତେବେ ଏପରି ବେଆଇନ୍ କାର୍ଯ୍ୟକୁ ତୁରନ୍ତ ବନ୍ଦ୍ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା