ବିଦୂତ ତାର ଛିଡି ଚାରିବର୍ଷର ଶିଶୁ ଗୁରୁତର

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):ତିର୍ତ୍ତୋଲ ଥାନା କୋଲର ପଞ୍ଚାୟତ ଅଢାପତି ଗ୍ରାମର ରାଜେଶ ମଲ୍ଲିକଙ୍କ ଚାରିବର୍ଷର ପୁଅ ତୋଫାନ ମଲ୍ଲିକ ବିଦୂତ ତାର ଲାଗି ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଅଢାପତି ଗ୍ରାମର ରାଜେଶ ମଲ୍ଲିକ ପୁଅ ତୋଫାନ ମଲ୍ଲିକ ପଡିଆକୁ ଶୌଚ ହେବାକୁ ଯିବା ସମୟରେ ଛିଡି ପଡ଼ିଥିବା ବିଦୂତ ତାର ସଂଯୋଗରେ ଆସିଯାଇଥିଲା । କିଛି ସମୟ ପରେ ତୋଫାନଙ୍କ ମା ଦେଖି ପୁଅକୁ ଉଠାଇବା ସମୟରେ ସେ ମଧ୍ୟ ବିଦୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜେଜେମା ମଧ୍ୟ ବିଦୂତ ସଂସ୍ପର୍ଶରେ ଆସି ଲାଗିରହିଥିଲେ । ତେବେ କୌଣସି କାରଣରୁ ତାରରୁ କରେଣ୍ଟ କଟିଯିବା ଫଳରେ ମୃତୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଜଣଙ୍କୁ ଭର୍ତ୍ତି କରାଯାଇଥିଲା । ପରିବାର ପକ୍ଷରୁ ବିଦୂତ ବିଭାଗ ଅଧିକାରୀଙ୍କ ନାମରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’