Masthead

ଭକ୍ତଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(ବଡ଼ ଖବର ବ୍ୟୁରୋ)ଦିନକୁଦିନ ତେଜୁଛି ଶ୍ରୀମନ୍ଦିର ଚାରିଦୁଆର ଦେଇ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ପୂର୍ବରୁ ବାରମ୍ବାର ଅନେକ ସଙ୍ଗଠନ, ରାଜନୈତିକ ଦଳ,ପୁରୀବାସୀ, ସେବାୟତ ଚାରିଦୁଆର ଖୋଲି ଦର୍ଶନ ପାଇଁ ଦାବି କରିଥିବା ବେଳେ ଏବେ ସଚେତନ ନାଗରିକ ମଞ୍ଚର ପ୍ରଚେଷ୍ଟା ଭକ୍ତଙ୍କ ଜଗା ଦର୍ଶନରେ ସହାୟକ ହେବାନେଇ ଆଶା ସଞ୍ଚାର ହୋଇଛି। ଗତ ୧୬ ତାରିଖ ଠାରୁ ମଞ୍ଚର ଆବାହକଙ୍କ ନେତୃତ୍ୱରେ ଏକଲକ୍ଷ ଦସ୍ତଖତ ଅଭିଯାନ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ନେଇ ଜାରି ରହିଛି।

 

ଆଜି ଦସ୍ତଖତ ଅଭିଯାନର ଚତୁର୍ଥ ଦିନରେ ପୁରୀ କାଳିକାଦେଵୀ ସାହିରେ ମଞ୍ଚ ତରଫରୁ ପୁରୀବାସୀ ଓ ଭକ୍ତଙ୍କ ଚାରିଦୁଆର ଖୋଲିବା ସପକ୍ଷରେ ଜନମତ ଲୋଡିବା ସହ ଦସ୍ତଖତ ଅଭିଯାନ ମଧ୍ୟ ଜାରି ରହିଛି। ଯାହାକୁ ପୂର୍ଣ୍ନ ସମର୍ଥନ କରିଛନ୍ତି ଭକ୍ତ ଓ ପୁରୀବାସୀନ୍ଦା।ସେପଟେ ବାରମ୍ବାର ଆନ୍ଦୋଳନ ଓ ଚାରିଦୁଆର ଖୋଲିବା ନେଇ ଜନମତ ଲୋଡାଯିବା ଓ ଦସ୍ତଖତ ଅଭିଯାନ ପର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଅନେକ ସଙ୍ଗଠନର ଆବାହକ। ସଚେତନ ନାଗରିକ ମଞ୍ଚ, ଶ୍ରୀଜଗନ୍ନାଥ ସେନା,ଶ୍ରୀଜଗନ୍ନାଥ ଭକ୍ତପରିଷଦ,ଆଇନଜୀବୀ, ବୁଦ୍ଧିଜୀବି ମାନେ ଜିଲ୍ଲାପାଳଙ୍କ ସହ ତାଙ୍କ କାର୍ୟ୍ୟାଳୟରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଆଲୋଚନା ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟାକୁ ନେଇ ଉପୁଜିଛି ଦ୍ୱନ୍ଦ। କାହାପାଇଁ ଖୋଲାଯିବ ଖୁବଶୀଘ୍ର ସମସ୍ତ ଦ୍ୱାର ସେନେଇ ଅଧାପନ୍ତରିଆ ଉତ୍ତର ରଖିଛନ୍ତି ଜିଲ୍ଲାପାଳ।

ସେପଟେ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନର ଚେତାବନୀ ଦେବାପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଅନ୍ୟ ପଟେ ଚାରିଦୁଆର ଖୋଲିବା ସମ୍ପର୍କରେ ଗଣମାଧ୍ୟମରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଚେତନ ନାଗରିକ ମଞ୍ଚର ଆବାହକ ପ୍ରଶନ୍ନ ଦାଶ । ତେବେ ପୁରୀବାସୀଙ୍କ ପାଇଁ ଗୋଟିଏ ବ୍ୟବସ୍ଥା ଭକ୍ତଙ୍କ ପାଇଁ ଆଉ ଗୋଟିଏ ବ୍ୟବସ୍ଥା କରିବା ପ୍ରଶାସନର ଏକପାଖିଆ ନିଷ୍ପତ୍ତିକୁ ପଦାରେ ପକାଇବା ସହ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ