Masthead

ବିଶ୍ବକପ ପୂର୍ବରୁ ଓ୍ବାର୍ମଅପ୍ ମ୍ୟାଚ୍, ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ମଝିରେ ଆଉ ଗୋଟିଏ ଦିନ ବାକି ଥିବାବେଳେ ଜାରି ରହିଛି ଓ୍ବାର୍ମଅପ୍ ମ୍ୟାଚ। ଏହି କ୍ରମରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ । ଆଜି ୩ଟି ମ୍ୟାଚ୍ ଖେଳାଯିବ । ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ- ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ । ମ୍ୟାଚ ପାଇଁ ଭାରତୀୟ ଦଳ କେରଳରେ ପହିଂଚି ସାରିଥିଲା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ବିରତି ନେବାକୁ ଚାହିଁଛନ୍ତି । ରିପୋର୍ଟ ଅନୁଯାୟୀ, କୋହଲି ଗୁଆହାଟୀରୁ ସିଧାସଳଖ ଘରକୁ ଫେରିଯାଇଛନ୍ତି । ବ୍ୟକ୍ତିଗତ ଜରୁରିକାଳୀନ କାମ ଥିବାରୁ ସେ ଘରକୁ ଫେରିଛନ୍ତି । କିନ୍ତୁ ଦ୍ୱିତୀୟ ୱାର୍ମ ଅପ୍ ପୂର୍ବରୁ ସେ ଦଳ ସହିତ ଯୋଗଦେବେ ବୋଲି ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ