Masthead

‘ଇଣ୍ଡିଆ’ ବିରୋଧରେ ଥାନାରେ ମାମଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀ ଏକତା ମଞ୍ଚ ନ୍ୟାସନାଲ ଡେଭଲପମେଣ୍ଟ ଇନ୍କ୍ଲୁସିଭ୍ ଆଲାଏନ୍ସ ଇଣ୍ଡିଆ ଗଠନ କରିଛନ୍ତି । ଆଗକୁ ନିର୍ବାଚନରେ କ’ଣ ଘଟିବ ତାହା ଜଣା ନାହିଁ ତେବେ ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ବିରୋଧୀ ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜନୈତିକ ଲାଭ ପାଇଁ ‘ଇଣ୍ଡିଆ’ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ଅବନୀଶ ମିଶ୍ର ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବ୍ୟକ୍ତିଗତ ଲାଭ ପାଇଁ ‘ଇଣ୍ଡିଆ’ ନାମ ରଖାଯାଇଛି, ଏହା ଆମର ଭାବନାକୁ ଆଘାତ ଦେଇଛି। ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବାକୁ ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବୈଠକ ବସିଥିଲା ।

ଏହି ବୈଠକରେ ୨୬ଟି ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ପାଟଣାରେ ହେଇଥିବା ବୈଠକ ପରେ ଏହା ଥିଲା ବିରୋଧୀ ଦଳମାନଙ୍କର ଔପଚାରିକ ବୈଠକ । ତେବେ ଏହି ବୈଠକ ପରେ ୨୬ଟି ବିରୋଧୀ ଦଳ ଏକାଠି ହେଇ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ ରହିଛି ଇଣ୍ଡିଆ ଅର୍ଥାତ ଇଣ୍ଡିଆନ୍ ନ୍ୟାସନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଏନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା