Masthead

ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି

ନୂଆପଡା (ବଡ଼ ଖବର ବ୍ୟୁରୋ): ନୂଆପଡା ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି । ଚଳିତ ବର୍ଷ ଖରିଫ ଋତୁରେ  ନୂଆପଡ଼ା ଜିଲାରେ ସ୍ବଭାବିକ ଠାରୁ ବହୁତ କମ ବର୍ଷା ହୋଇଛି । ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଗଜା ମରୁଡି ପରିସ୍ଥିତି ଦେଖା ଦେଇଛି । ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବାବେଳେ ଅନେକ ଅଂଚଳରେ ରୁଆ ଓ ବେଉଷଣ ପୂର୍ବରୁ ଚାଷ ନଷ୍ଟ ହୋଇ ସାରିଛି ।

ହେଲେ ଆସନ୍ନ ଗଜା ମରୁଡି ତାଲିକାରେ ନୂଆପଡା ଜିଲାର ନାଁ ରହିନି । ଏବେ ମରୁଡି ଘୋଷଣା ହେଲେ ଜିଲାର ଚାଷୀ ମରୁଡି ସହାୟତାରୁ ବଂଚିତ ହେବା ଆଶଙ୍କା କରିଛନ୍ତି । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି କିଷାନ ମୋର୍ଚ୍ଚା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଶତାଧିକ ଚାଷୀ ଯୋଗ ଦେଇଥିଲେ ।

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରି କଡା ସମାଲୋଚନା କରିଥିଲେ । ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଓ ଲୋଇସିଂଙ୍ଗା ବିଧାୟକ ମୁକେଶ ମହାଳିଙ୍କ ଉପସ୍ଥିତିରେ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ