Masthead

ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେବା କରିବି: ସୋନୁ ସୁଦ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ସୋନୁଙ୍କର ୪୮ତମ ଜନ୍ମଦିବସ । ଆଜିର ଦିନରେ କୋଟିକୋଟି ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କରୋନା ସମୟରେ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସାହାର୍ୟ୍ୟ କରିଛନ୍ତି ଦେବଦୂତ ପାଲଟିଛନ୍ତି ସୋନୁ ସୁଦ୍ । କାହାକୁ ଲକଡାଉନରେ ବାହାର ରାଜ୍ୟରୁ ନିଜ ଘରକୁ ସୁରକ୍ଷିତ ପଠାଇଛନ୍ତି ତ ପୁଣି କାହାକୁ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା କରାଇଛନ୍ତି । ଯିଏ କେହି ନିଜର ଗୁହାରି ସନୁଙ୍କ ପାଖରେ ବଖାଣିଛି ତାର ସାହାର୍ୟ୍ୟ କରିବାକୁ ଆଗେଇ ଆସିଛନ୍ତି ସନୁ। ଆଜି ତାଙ୍କ ଜନ୍ମଦିନ ଅବସରରେ ସନୁ ଏହିଭଳି କିଛି କଥା କହିଛନ୍ତି ଯାହାକୁ ଜାଣିଲେ ଯେ କେହି ତାଙ୍କର ପ୍ରଶଂସା ନ କରି ରହିପାରିବନି । ସୋନୁ ସୁଦ୍ ନିଜ ଜନ୍ମଦିନରେ ନିଜ ପାଇଁ ନୁହଁ ବରଂ ନିଜ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୋଲାରସିପ୍ ଏବଂ ଗରିବ ରୋଗୀମାନଙ୍କ ପାଇଁ ବେଡ୍ ମିଳୁ ବୋଲି ନିଜର ଇଚ୍ଛା ପ୍ରକାଶ କରିଛନ୍ତି ।

ସୋନୁ ସୁଦ୍ ଆହୁରି ମଧ୍ୟ କହିଛନ୍ତି- ଏହା ବହୁତ ବଡ କଥା ଯେ ମୋ ଉପରେ ମୋ ପ୍ରଶଂସକ ଓ ଦେଶରଜନତା ଅସରନ୍ତି ଭଲପାଇବା ଅଜାଡି ଦେଇଛନ୍ତି । ଯାହା ଦେଖି ମୁଁ ବହୁତ ଖୁସି । ଲୋକଙ୍କର ସାହାର୍ୟ୍ୟ କରିବା ପାଇଁ ମୁଁ ଯେଉଁ କ୍ୟାମ୍ପେନ ଆରମ୍ଭ କରିଛି ତାହା କେଉଁ ଗାଁ କିମ୍ବା ସହରରେ ସୀମିତ ନ ରହି ସାରା ଦେଶବାସୀଙ୍କ ପାଖରେ ପହଞ୍ଚୁ । ସେଥିପାଇଁ ଏହାକୁ ଆହୁରୀ ବିଶାଳ କରିବାକୁ ଆପଣ ମାନଙ୍କ ପାଖରେ ପହଂଚିବାକୁ ମୁଁ ଚାହେଁ । ଆଗାମୀ ଦିନରେ ପିଲାଙ୍କୁ ମାଗଣା ଶିକ୍ଷା ମିଳୁ ବୋଲି ମୋର ଚେଷ୍ଟା ରହିବ । ମୋତେ ଭଲପାଉଥିବା ଅନେକ ଲୋକ ବିଭିନ୍ନ ପ୍ରାନ୍ତରୁ ସାଇକେଲ ଓ ମୋଟର ବାଇକରେ ମୁମ୍ବାଇ ଆସୁଛନ୍ତି । ସେମାନଙ୍କ ଭଲପାଇବାକୁ ଦେଖି ମୁଁ ଚାହେଁ ଆରବର୍ଷ ମୋ ଜନ୍ମଦିନ ବେଳକୁ ପ୍ରତ୍ୟେକ ହସ୍ପିଟାଲରେ ଗରିବ ଲୋକଙ୍କ ପାଇଁ ବେଡ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଗୁଣା ଅଧିକ ଛାତ୍ରବୃତ୍ତିର ବ୍ୟବସ୍ଥା ହୋଇପାରିବ । ସୋନୁସୁଦଙ୍କର ଏହିଭଳି ମହତ୍ ଚିନ୍ତାଧାରାକୁ ସବୁ ମାହୋଲରୁ ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ