Masthead

ସହାୟତା ଅପେକ୍ଷାରେ ଗାୟକ ଶକ୍ତି ମିଶ୍ର

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ‘ବୟସର ରାଜପଥରେ ମନ ହେଲେ ବାଟବଣା, ଘଟିଥାଏ ଥରେ ଥରେ ମିଠାମିଠା ଦୁର୍ଘଟଣା…. । ଏକଦା ଏହି ଗୀତ ଓଡ଼ିଶାର ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ମହଲରେ ଚହଳ ସୃଷ୍ଟି କରିଥିଲା । ଏହି ଗୀତଟିକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର । କେବଳ ଏହି ଗୀତ ନୁହେଁ ମୋର ଭୁଗୋଳରେ ଭଳ ହେଉଥିଲା, ତାର ଲମ୍ବା ବେଣୀ, ସାତ ମେଘର ଓଢଣା ଟାଣି, ମେଘରେ ମେଘ ଭଳି ଅନେକ ହିଟ୍ ଗୀତ ଅଛି ଯାହା ଆଜି ମଧ୍ୟ ଶ୍ରୋତାଙ୍କ ମନରେ ତାଜା ହୋଇ ରହିଛି ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେ ଆଜି ମୃତ୍ୟୁ ସହ ଲଢେଇ କରୁଛନ୍ତି । ହୃତପିଣ୍ଡରେ ବ୍ଲକେଜ ହେବା ସହ ତାଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲିଭର ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ଲୋଡା ଥିବା ବେଳେ ସେ ଅର୍ଥାଭାବର ସମ୍ମୁଖୀନ ହୋଇଛନ୍ତି । ସରକାରଙ୍କ ସମେତ ଅଗଣିତ ଶ୍ରୋତାବନ୍ଧୁ ଓ ପ୍ରଶଂସକଙ୍କ ସହାୟତାକୁ ଶକ୍ତି ଅପେକ୍ଷା କରିଛନ୍ତି । ତାଙ୍କ ସହଯୋଗ କରିବା ପାଇଁ ତାଙ୍କ ଆକାଉଣ୍ଟ ନମ୍ବର-୨୦୨୨୬୮୦୦୯୯୯, ଆଇଏଫଏସସି କୋଡ଼- ଏସବିଆଇଏନ୦୦୦୮୫୮୨ କିମ୍ବା ଫୋନ୍ ପେ ନମ୍ବର ୯୮୬୧୦୪୯୧୮୦ରେ କିଛି ଆର୍ଥିକ ସାହାର୍ଯ୍ୟ କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା